Latest Odisha News

BREAKING NEWS

ରାସ୍ତାରେ ଢଳାଗଲା ୧୨ ଶହ ଲିଟର କ୍ଷୀର, ଜାଣନ୍ତୁ କାହିଁକି ରାଗିଲେ ଦୁଗ୍ଧଚାଷୀ !

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକର ଦୁଗ୍ଧ ଚାଷୀ କ୍ରୋଧାନ୍ୱିତ ହୋଇ ପ୍ରାୟ ୧୨ ଶହ ଲିଟରରୁ ଅଧିକ କ୍ଷୀର ରାସ୍ତାରେ ଢାଳି ଦେଇଛନ୍ତି । ଏହି ଘଟଣା ସେଠାରେ ଥିବା ଓମଫେଡ଼ ଦୁଗ୍ଧ ପ୍ଲାଣ୍ଟସମ୍ମୁଖୀନରେ ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁଗ୍ଧରେ ପାଣି ମିଶା ଯାଇଥିବା କହି ଓମଫେଡ଼ କର୍ତ୍ତୃପକ୍ଷ ଦୁଗ୍ଧଚାଷୀଙ୍କଠାରୁ କ୍ଷୀର ଗ୍ରହଣ କରିନଥିଲେ । ଦୁଗ୍ଧଚାଷୀମାନେ ଏଥିରେ କ୍ରୋଧାନ୍ୱିତ ହୋଇ ପ୍ଲାଣ୍ଟରେ ଦେବାକୁ ଆଣିଥିବା ପ୍ରାୟ ୧୨ ଶହରୁ ଅଧିକ ଲିଟର୍ କ୍ଷୀରକୁ ପ୍ଲାଣ୍ଟ ସମ୍ମୁଖରେ ଢାଳିଦେଇ ଧାରଣାରେ ବସିରହିଥିଲେ । ଏହାଫଳରେ ସ୍ଥାନୀୟ ରାସ୍ତାଟି କ୍ଷୀରର ବନ୍ୟା ହୋଇଥିବାର ଭ୍ରମ ସୃଷ୍ଟି କରିଥିଲା ।

“ଆମେ ଏବେଠାରୁ ଆଉ ଓମଫେଡ଼କୁ କ୍ଷୀର ଯୋଗାଇଦେବୁ ନାହିଁ, ବର୍ତ୍ତମାନଠାରୁ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ,” ବୋଲି ଜଣେ ଆନ୍ଦୋଳନରତ ଦୁଗ୍ଧଚାଷୀ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.