Latest Odisha News

ସରକାରୀ ଜମିକୁ ନେଇ ସଂଘର୍ଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା : ଶରଧାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାର ସିଂହ।

ଅଭିଯୋଗ ଅନୁଯାୟୀ, ଗତ କିଛି ମାସ ହେବ ଗୋଟିଏ ସରକାରୀ ଜମିକୁ ନେଇ  ଗାଁର ନାରାୟଣ ବରାଳ ନାମକ ଜଣେ ବ୍ୟକ୍ତିଙ୍କ ସହ ରବିନ୍ଦ୍ରନାଥଙ୍କର  ବିବାଦ ଲାଗି ରହିଥିଲା। ଗତକାଲି ସକାଳେ ଏହି ଜମିଜମା ବିବାଦକୁ ନେଇ ରବୀନ୍ଦ୍ରଙ୍କ ଘର ଆଗରେ ନାରାୟଣ ଓ ତାଙ୍କର କିଛି ସହଯୋଗୀ ଆସି ପାଟିତୁଣ୍ଡ କରିଥିଲେ। ରବୀନ୍ଦ୍ର ପାଟିତୁଣ୍ଡ ଶୁଣି ଘର ବାହାରକୁ ଆସି ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ସେମାନେ ରବିନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ରବିନ୍ଦ୍ର ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରବିନ୍ଦ୍ରଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

Comments are closed.