Latest Odisha News

ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଥାନାରେ ଏତଲା

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଜେଲ୍‍ ବିଭାଗ ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ତାଙ୍କ ବିରୋଧରେ ଏନେଇ ବ୍ରହ୍ମପୁର ବଡ ବଜାର ଥାନାରେ ଏତଲା ଦିଆଯାଇଛି।

ପଶ୍ଚିମବଙ୍ଗ ନନ୍ଦି ଗ୍ରାମରେ ଜନସଭାରେ ରାଷ୍ଟ୍ରପତିଙ୍କ ବିରୋଧରେ ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହଲାଇ ଦେବାଭଳି ମନ୍ତବ୍ୟ ଦେଇଥିଲେ ମନ୍ତ୍ରୀ ଗିରି।

ବିଜେପି ମହିଳା ମୋର୍ଚ୍ଚା ଏ ନେଇ ଏତଲା ଦେବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ରାଷ୍ଟ୍ରପତି ଆଜି ସାଧାରଣ ଗରିବଙ୍କ ଆଶା, ଆକାଂକ୍ଷା ଓ ବିଶ୍ୱାସର ପ୍ରତିକ ଅଟନ୍ତି। ଜୀବନ ବ୍ୟାପି ସଂଘର୍ଷ ଓ ସାଧନା ପରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍‍ସ ଯାତ୍ରା କରିଛନ୍ତି। ହେଲେ ତାଙ୍କ ରୂପକୁ ନେଇ ତାତ୍ସଲ୍ୟ କରାଯାଇଛି। ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ମନକୁ ଆଘାତ ଦେଇଛି। ଓଡ଼ିଆ ସ୍ୱାଭିମାନ, ଭାବାବେଗ ଓ ସମ୍ମାନ ପଦକୁ ଭୁଲୁଣ୍ଠିତ କରିବାକୁ ଷଡଯନ୍ତ୍ରକାରୀ ଏହି ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି ବୋଲି ବିଜେପି ନେତ୍ରୀ କହିଛନ୍ତି।

ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ନେତୃତ୍ବରେ କର୍ପୋରେଟର ସବିତା ସାହୁ, ରଞ୍ଜିତା ବେହେରା, ବନିତା ସାହୁ, ପ୍ରଦୀପ ଶତପଥି, ନୀଳକଣ୍ଠ ସାହୁ, ବର୍ଷା ବିଦ୍ୟୁସ୍ମିତା, ଗୀତା ସେଠୀ, ରାମ କୁମାର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀଙ୍କ ସମେତ ବହୁ ନେତା ଏକାଠି ହୋଇ ଏତଲା ଦେଇଥିଲେ।

Comments are closed.