ଅହମ୍ମଦାବାଦ: ଏଠାରେ ଚାଲିଥିବା କୁଚ ବିହାର ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ଇନିଂସ ବିଜୟ ଲକ୍ଷ୍ୟରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩୬୨ ରନର ଅଗ୍ରଣୀ ହାସଲ କରି ନେଇଛି । ମଣିପୁରକୁ ପ୍ରଥମ ଇନିଂସରେ ୧୧୦ ରନରେ ଅଲଆଉଟ କରିବା ପରେ ଓଡିଶା ରବିବାର ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୬୭ ରନ କରିଥିଲା । ଆଜି ଦିବ୍ୟଜ୍ୟୋତି ପଟ୍ଟନାୟକ ୧୧୩ ରନର ଇନିଂସ ଖେଳିଥିବା ବେଳେ ଆଶୀର୍ବାଦ ସ୍ୱାଇଁ ୮୯ ରନ କରି ଶତକ ସୁଯୋଗ ହାତଛଡା କରିଥିଲେ । ମଣିପୁରର ପ୍ରଭାବହୀନ ବୋଲିଂର ଫାଇଦା ଉଠଇ ସାଇଦୀପ ମହାପାତ୍ର ୮୭, ମହମ୍ମଦ ସୋହେଲ ଖାଁ ( ୬୧ ନଟଆଉଟ) ଓ ଶ୍ରେୟାଂଶୁ ଭରଦ୍ୱାଜ (୫୨) ଅର୍ଦ୍ଧଶତକ ହାସଲ କରିଥିଲେ । ଓଡିଶା ମଙ୍ଗଳବାର ଇନିଂସ ବିଜୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।
BREAKING NEWS
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ;’ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
Comments are closed.