ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ ।
ସୂଚନା ଅନୁସାରେ, ରାଜ୍ୟର ୧୨ ଜିଲ୍ଲାର ୧୫ଟି ସହରାଞ୍ଚଳ ଓ ୬୪ଟି ବ୍ଲକର ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷଜମିରେ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସତ୍ ହୋଇଛି । ଅଧିକାଂଶ ଚାଷୀ କୃଷି ବୀମା ଥାଇ ସହାୟତା ପାଇ ନାହାଁନ୍ତି । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି ।
ପଦ୍ମପୁର ଉପନିର୍ବାଚନରେ ଚାଷୀ ପ୍ରସଙ୍ଗ ସବୁ ରାଜନୈତିକ ଦଳ ପାଇଁ କଣ୍ଟା ସାଜିଛି । ଗତକାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ନ ଭରି ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧ ରକ୍ଷା କରି ଫେରି ଆସିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟିର ଇନପୁଟ୍ ସହାୟତା ଘୋଷଣା କରି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।
भारत सरकार के अंतर्गत गठित तकनीकी सलाहकार समिती द्वारा इस सम्बन्ध में निर्णय दिया जा चुका है एवं सम्बंधित बीमा कंपनियों और राज्य सरकार को भी तत्काल प्रभाव से क्लेम जारी करने के निर्देश दिए गए हैं।
केंद्र सरकार किसानों के क्लेमों के शीघ्रातिशीघ्र निस्तारण हेतु कटिबद्ध है।— Narendra Singh Tomar (@nstomar) November 15, 2022
ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରେ ଚାଲିଥିବା ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ଫସଲ ବୀମା କ୍ଲେମ୍ ନେଇ ଆଲୋଚନା କରିବା ସହ ସମସ୍ତ ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ତତ୍କାଳ କ୍ଲେମ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ଆବେଦନକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହିଛନ୍ତି ନରେନ୍ଦ୍ର ସିଂ ତୋମାର ।
Comments are closed.