Latest Odisha News

ଖାଇକୁ ଖସିପଡ଼ିଲା କାର, ୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ସୁମୋ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ କାରଟି  ୬୦୦ ମିଟର ଗଭୀର ଘାଟିରେ ଖସିପଡିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଗାଡି ନମ୍ବର ୟୁକେ (୦୭୬୪୫୩)ରେ ପ୍ରାୟ ୧୬ ଜଣ ଥିଲେ। କିଛି ମିଡିଆ ରିପୋର୍ଟ ଅନୁଯାୟୀ ସୁମୋ କାରର ଛାତ ଉପରେ ମଧ୍ୟ କିଛି ବସିଥିଲେ। ତେଣୁ କାରଟି ଘାଟିରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି।

ଖବର ପାଇ ଏସଡିଆରଏଫ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଟିକେ ଧୁମା ରହିଛି। ଏହାରି ଭିତରେ ୨ ମହିଳା ଏବଂ ୧୦ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଲ୍ଲା ପ୍ରଶାସନ ଏସଡିଆରଏଫ, ଏନଡିଆରଏଫ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତଦେହକୁ ଖାଇରୁ ଟାଣି ଅଣା ଯାଉଛି। ଗାଡି ଭିତରେ ଏବଂ ଚାରିପାଖରେ ସର୍ଚ୍ଚ ଅପରେସନ ଜାରି ରହିଛି। ଖାଇରେ କେବଳ ଏସଡ଼ିଆରଏଫ ଟିମ୍ ଉପସ୍ଥିତ ଅଛନ୍ତି।

ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଏକ ଜୋରରେ ଏକ ଶବ୍ଦ ଶୁଣାଯାଇଥିଲା। ଏହାପରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଥିଲା।

Comments are closed.