ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲିପାରିବେ ପର୍ଯ୍ୟଟକ । ଏଏସଆଇ ଅଧୀନରେ ଆସୁଥିବା ଦେଶର ସମସ୍ତ ଐତିହ୍ୟ ସ୍ଥଳି ଆଜି ମାଗଣାରେ ବୁଲିପାରିବେ । ଦେଶ ଓ ରାଜ୍ୟର ସବୁ ଏଏସଆଇ ଅନ୍ତର୍ଗତ ଐତିହ୍ୟ ସ୍ଥଳିରେ ଆଜି ଦିନକ ବୁଲିବା ମାଗଣା ବୋଲି କୁହାଯାଇଛି ।
"Entry will be free for all at Archaeological Survey of India monuments on 19 Nov to mark commencement of World Heritage Week," tweets Archaeological Survey of India pic.twitter.com/77smyCl9tC
— ANI (@ANI) November 18, 2022
ଏପରିକି ପ୍ରବେଶ ଶୁଳ୍କ ଛାଡ କରାଯାଇଥିବାରୁ ତାଜମହଲରେ ଆଜି ସକାଳୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ମାଗଣା ବ୍ୟବସ୍ଥାରେ ବୁଲିବାକୁ ଆଜି ପାଇଁ ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।
ଏଏସଆଇ ଘୋଷଣା ପରେ ଆଜି ଲୋକମାନେ ଏଏସଆଇ ଦ୍ବାରା ସଂରକ୍ଷିତ ବିଭିନ୍ନ ଐତିହ୍ୟ ସ୍ଥାନକୁ ମାଗଣାରେ ପରିଦର୍ଶନ କରିପାରିବେ । ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପର୍ଯ୍ୟଟକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି ।
Comments are closed.