ନୂଆଦିଲ୍ଲୀ: ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଛି । ତା ପୂର୍ବରୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ଆୟୋଗରେ ଏହି ପଦବୀ ତୃତୀୟ ଶ୍ରେଷ୍ଠ ପଦବୀ । ପ୍ରାୟ ୬ ମାସରୁ ଏହି ପଦବୀ ଖାଲି ଥିଲା ।
ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ। ସେ ୧୯୮୫ ବ୍ୟାଚ୍ ପଞ୍ଜାବ କ୍ୟାଡର ଅଫିସର। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ପୋଲ୍ ପ୍ୟାନେଲ ସେ ସାମିଲ ହେବେ। ଆଗକୁ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବ ଏହି ପୋଲ୍ ପ୍ୟାନେଲ୍।
ଆରୁଣ ଗୋଏଲ ହେଭି ଇଣ୍ଡଷ୍ଟ୍ରି ସେକ୍ରେଟାରୀ ଥିଲେ। ଡିସେମ୍ୱର ୩୧ରେ ସେ ଏହି ପଦବୀରୁ ଅବସର ନେବେ। କିନ୍ତୁ ସେ ୧୮ ତାରିଖରୁ ଇଚ୍ଛାକୃତ ଅବସର ନେଇଛନ୍ତି। ନୂଆ ପଦବୀରେ ସେ ୨୦୨୭ ଡିସେମ୍ୱର ପର୍ଯ୍ୟନ୍ତ ରହିବେ।
Comments are closed.