Latest Odisha News

ହରୱିନ୍ଦର ପରେ ଇଟାଲୀରେ ଗଡିଲା ହ୍ୟାପୀର ମୁଣ୍ଡ, ଗ୍ୟାଙ୍ଗଷ୍ଟାର ଲଣ୍ଡା ନିଜକୁ ଦାୟୀ କଲା

ଚଣ୍ଡୀଗଡ: ପାକିସ୍ତାନରେ ଆଇଏସଆଇ ସୁରକ୍ଷା ବଳୟ ଭିତରେ ରହିଥିବା ଆତଙ୍କବାଦୀ ହରୱିନ୍ଦର ସିଂ ଓରଫ ରିନ୍ଦାର ମୃତ୍ୟୁ ପରେ ଆଜି କାନାଡାରେ ହରପ୍ରୀତ ସିଂ( ହ୍ୟାପୀ ସଙ୍ଘେଡା)ର ମୁଣ୍ଡ ଗଡିଛି । ରିନ୍ଦା ଓ ହ୍ୟାପୀର ମୃତ୍ୟୁରେ ଭାରତୀୟ ଗୋଇନ୍ଦା ବିଭାଗ ଚୁପ ରହିଛି । ଏହି ଦୁଇ ଆତଙ୍କବାଦୀଙ୍କୁ ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆଇଏସଆଇ ସବୁ ପ୍ରକାର ସହଯୋଗ କରୁଥିଲା । ଏମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଷଡଯନ୍ତ୍ର ବିଫଳ ହୋଇଛି । ରିନ୍ଦାର ପ୍ରମୁଖ ସହଯୋଗୀ ସଙ୍ଘେଡା ଇଟାଲୀରେ ରହୁଥିଲା । ସେଠାରୁ ଚୋରା ଅସ୍ତ୍ରଶସ୍ତ୍ରର ସ୍ମଗଲିଂ କରୁଥିଲା ।

କାନାଡାରେ ରହୁଥିବା ଲଖବୀର ସିଂ ଓରଫ ଲଣ୍ଡା ଏହି ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି । ପଞ୍ଜାବ ପୋଲିସର ଇଂଟେଲିଜେନ୍ସି ଅଫିସର ଉପରେ ହୋଇଥିବା ଆରପିଜି ଆକ୍ରମଣ ପଛରେ ସଙ୍ଘେଡାର ନାମ ଉଠିଥିଲା । ପଞ୍ଜାବର ସେ ଧିରେ ଧିରେ ନିଜ ସ୍ଥିତି ମଜଭୁତ କରୁଥିଲା । କାନାଡା ଏବଂ ପାକିସ୍ତାନରୁ ଏଥିନେଇ ଫଣ୍ଡିଂ ମଧ୍ୟ କରାଯାଉଥିଲା ।

Comments are closed.