Latest Odisha News

BREAKING NEWS

ଦୁର୍ବ୍ୟବହାରକୁ ନେଇ ଭଦ୍ରକ ପୌର ପାଳିକାରେ କାମ ଠପ୍, ଧାରଣାରେ କର୍ମଚାରୀ

ଭଦ୍ରକ: ହିତାଧିକାରୀଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ହେଲେ କାଉନସିଲରଙ୍କ କ’ଣ ଯାଉଛି ? ଏବେ ଏହି ପ୍ରଶ୍ନ ପଚାରୁଛନ୍ତି ଭଦ୍ରକ ପୌରପାଳିକାର ପୌର କର୍ମଚାରୀ । ଅନଲାଇନରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ।

ହେଲେ କିଛି କାଉନସିଲର୍ ଓ ବାହାର ଲୋକ କେତେଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ନଦେବାକୁ କହିବା ସହ ପୌର ନିର୍ବାହା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାର ପ୍ରତିବାଦରେ ପୌର କର୍ମଚାରୀ ଗୁରୁବାର ଠାରୁ ଧାରଣାରେ ବସିଛନ୍ତି ।

ପୌର କର୍ମଚାରୀଙ୍କ ଧାରଣାକୁ ପୌରାଧ୍ୟକ୍ଷା ସମର୍ଥନ ଜଣାଇବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । କିନ୍ତୁ ୨୪ ଘଣ୍ଟା ପରେ ବି ପୌରାଧ୍ୟକ୍ଷାଙ୍କ କଥା ପ୍ରତିଶ୍ରୁତିରେ ରହିଛି । ଯାହାକୁ ନେଇ ଅସନ୍ତୁଷ୍ଟ ପୌର କର୍ମଚାରୀ ପୁଣି ଥରେ ଧାରଣାରେ ବସିଛନ୍ତି ।

ଭତ୍ତା ଟଙ୍କାକୁ ନେଇ ଜନପ୍ରତିନିଧି ଓ ପୌର କର୍ମଚାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ବେଶ୍ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.