Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିବିଆଇର ଚାର୍ଜଶିଟ ଦାଖଲ, ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇ ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି । ଏଥିରେ ୭ଜଣ ଅଭିଯୁକ୍ତ ବିରୋଧରେ ୧୦ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲେ ମଧ୍ୟ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନାମ ନାହିଁ । ବିଜୟ ନାୟାର, ଅଭିଷେକ ବୋଇନପଲ୍ଲୀ, ସମୀର ମହେନ୍ଦ୍ରୁ, ମୁଥା ଗୌତମ ଓ ଅରୁଣ ଆର ପିଲ୍ଲାଇଙ୍କ ସମେତ ଦୁଇ ପୂର୍ବତନ ଏକ୍ସାଇଜ ଅଧିକାରୀ ରହିଛନ୍ତି । ତେବେ ସିସୋଡିଆଙ୍କ ବିରୋଧରେ ଏବେ ବି ତଦନ୍ତ ଚାଲିଛି ବୋଲି ସିବିଆଇ ସ୍ପଷ୍ଟ କରିଛି ।

ଅବକାରୀ ଦୁର୍ନୀତି ନେଇ ବିଜେପି ଅଭିଯୋଗ କରିବା ପରେ ଏହାର ତଦନ୍ତ ସିବିଆଇ ଏବଂ ଇଡିକୁ ପ୍ରଦାନ କରା ଯାଇଥିଲା । ସିସୋଡିଆଙ୍କୁ ଏକ ନମ୍ବର ଅଭିଯୁକ୍ତ ଭାବେ ଉପସ୍ଥାପନ କରାଯାଇଥିଲା । ବର୍ତମାନ ଚାର୍ଜଶିଟରେ ତାଙ୍କ ନାମ ଉଠି ନ ଥିବାରୁ ଆପ ଏ ନେଇ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛି ।

Leave A Reply

Your email address will not be published.