Latest Odisha News

BREAKING NEWS

ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର: ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା

ଝାରସୁଗୁଡା:  ବିଭିନ୍ନ ସରକାରୀ ପ୍ରକଳ୍ପ ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ସରକାର । ହେଲେ ଏଯାଏଁ ତାହ ପୂରଣ ହେଲାନି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ଅଭିନବ ପ୍ରୟାସ । ବାହୁଙ୍ଗାରେ ଶିକା ବାନ୍ଧି ଓ ସେଥିରେ ସେହି ସବୁ ପ୍ରକଳ୍ପଗୁଡିକର ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରମୁହାଁ ହୋଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ନାମକ ଯୁବକ ।

ରାଜ୍ୟ ସରକାରଙ୍କ ଘୋଷଣା ଓ ଶିଳାନ୍ୟାସ ପରେ ଅବହେଳିତ ହୋଇ ପଡିରହିଛି ପ୍ରୋଜେକ୍ଟ । ସେଗୁଡିକୁ କାନ୍ଧରେ ବୋହି ଭୁବନେଶ୍ୱରକୁ ଚାଲି ଚାଲି ଯାଉଥିବା ବେଳେ ଝାରସୁଗୁଡାରେ କିଛି ସମୟ ପାଇଁ ଅଟକିଥିଲେ । ବିଭିନ୍ନ ଅଧୁରା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ନବୀନ ନିବାସ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ।

ସେ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ନେଇ ଭେଟିଥିଲେ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କଥା ଦେଇ କଥା ରଖିଲେନି ମୁଖ୍ୟମନ୍ତ୍ରୀ ।  ରାଉରକେଲାର ସରକାରୀ ହସ୍ପିଟାଲ ଆଇଜିଏଚ ଓ କୋଏଲ ବେରେଜ୍, କୋଏଲ ନଦୀ ପାର୍ଶ୍ବ ରିଂ ରୋଡ ପ୍ରକଳ୍ପର ପ୍ରୋଜେକ୍ଟକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା କରୁଛନ୍ତି । ଦୈନିକ ୧୫ କି.ମି ରୁ ଅଧିକ ଚାଲୁଥିବା ସେ କହିଛନ୍ତି ।

Leave A Reply

Your email address will not be published.