Latest Odisha News

BREAKING NEWS

୩ୟ ଦିନରେ ସ୍ୱାଭାବିକ ହେବ କି ଶୀତ ଅଧିବେଶନ!

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଚାଷୀ ପ୍ରସଙ୍ଗ, ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାକୁ ନେଇ ଗତ ଦୁଇ ଦିନ ଧରି ଗୃହ କାର୍ଯ୍ୟ ଠପ୍ ହୋଇଛି । ଆଜି ଗୃହ ସ୍ୱାଭାବିକ ହେବା ନେଇ ଆଶଙ୍କା ରହିଛି । ତେବେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନକାଳ  ରିପୋର୍ଟ ଉପସ୍ଥାପନ ହେବା ସହିତ ଓଡିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍ ଆଗତ ହେବ ।

ଆଜିର ସିଡ୍ୟୁଲ ଅନୁସାରେ ପର୍ଯ୍ୟଟନ, ଏସସିଏସଟି, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଅବକାରୀ, ଆଇନ ଓ ଓଡ଼ିଆ ଭାଷା, ସାହିତ୍ୟ ଆଦି ବିଭାଗର ପ୍ରଶ୍ନକାଳ ରହିଛି ।

ମଣ୍ଡି ଖୋଲିବା, ସ୍ୱଳ୍ପ ଧାନ କ୍ରୟ ଆଦି ଚାଷୀ ସମସ୍ୟାକୁ ନେଇ ଶୀତ ଅଧିବେଶନ ହୋଇପାରୁନାହିଁ । ଗତକାଲି ଉଭୟ ବିଜେପି ଓ କଂଗ୍ରେସ ଏସବୁ ଦାବିକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କରିବା ସହିତ ଗୃହ ବାହାରେ ହଙ୍ଗାମା କରିଥିଲେ । ଗୃହ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଗୃହ କାର୍ଯ୍ୟ ସୁରୁଖୁରୁ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ହେଲେ କୌଣସି ନିଷ୍କର୍ଷ ବାହାରିପାରିନଥିଲା ।

Leave A Reply

Your email address will not be published.