Latest Odisha News

BREAKING NEWS

ପୁରୀରେ ଉଦଘାଟିତ ହେଲା ଭିବ୍ରାନ୍ସ ଫୁଡକୋର୍ଟ

ପୁରୀ: ପର୍ଯ୍ୟଟନ ବିଭାଗ ସହାୟତାରେ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ୟୁଥ ହଷ୍ଟେଲ ନିକଟରେ ଏସଏସ କନସୋରିଟିୟମର ଭିବ୍ରାନ୍ସ ଫୁଡ କୋର୍ଟ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଏହି ଫୁଡ କୋର୍ଟ ବେଶ ସହାୟ ହେବ ବୋଲି ସେ କହିଥିଲେ । ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍ ସାଗର ଏକ୍ସପ୍ରେସ ଖୋଲାଯାଇଛି । ଏକକାଳୀନ ୩୦୦ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜ୍ଜା ନେଇପାରିବେ । ଓଡ଼ିଆ ଓ ବଙ୍ଗାଳି ପର୍ଯ୍ୟଟକଙ୍କ ପାଇଁ ଦେଶୀ ଖାଦ୍ୟ ତଥା ତୀର୍ଥଯାତ୍ରୀଙ୍କ ପାଇଁ ବିନା ପିଆଜ ଓ ରସୁଣରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପରିବେଷଣ ଯୋଜନା ରହିଛି । ଦଶ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କେପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅତିଥିଙ୍କ ପାଇଁ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ରୁମରୁ ସମୁଦ୍ର ଓ ଲ୍ୟାଣ୍ଡ ସ୍କେପିଂର ଦୃଶ୍ୟ ଉପଭୋଗ କରିପାରିବେ ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ରାମକୃଷ୍ଣ ଦାସ ମହାପାତ୍ର, ଏସଏସ କନସୋରିଟିୟମର ଏମଡି ଶୁଭେନ୍ଦୁ ଶେଖର ମହାପାତ୍ର, ମ୍ୟାନେଜିଂ ପାର୍ଟନର ସ୍ମୃ୍‌ତି ରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରନିର୍ବାହ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.