ବ୍ରହ୍ମପୁର:ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟ ପରିସରରେ ଜଣେ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୂତୟନ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଦେଇ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦେଇଥିଲେ। ଏନେଇ ବୈଦ୍ୟନାଥପୁର ଥାନାରେ ୪୨୨/୨୨ରେ ଦଫା ୩୦୯ରେ ଆତ୍ମହତ୍ୟା ଉଦ୍ୟମ ପାଇଁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଏସ୍ପି ଡା. ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି।
ଏସପିଙ୍କ କହିବାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ରେ ଏହି ୩୦ ବର୍ଷୀୟା ମହିଳା ଜଣକ କୋର୍ଟରେ ପହଞ୍ଚିଥିଲେ। ସାଥିରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢ଼ାଳି ଥିଲେ। ମୂତୟନ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ ତାଙ୍କୁ କାବୁ କରିଥିଲେ। ହାତରୁ ପେଟ୍ରୋଲ୍କୁ ଛଡ଼ାଇ ଦେଇଥିଲେ। କୋର୍ଟ ପରିସରରେ ପ୍ରାଥମିକ ପଚରାଉଚରା ପରେ ବୈଦ୍ୟନାଥପୁର ଥାନାକୁ ନିଆଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା େଯ, ୨୦୨୦ ମସିହା ନଭେମ୍ବର ୩୧ ତାରିଖରେ ମହିଳା ଜଣକ ସଦର ଥାନାରେ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ସ୍ବାମୀ ହାଇଦ୍ରାବାଦରେ କାମ କରୁଥିଲେ। ଘର ପାଖରର ବାପୁନି ସାହୁ ନାମକ ଜଣେ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍ବାମୀ ଟଙ୍କା ଜମା କରୁଥିଲେ। ସେହି ଟଙ୍କାକୁ ବାପୁନି ଆଣି ତାଙ୍କୁ ଦେଉଥିଲେ। ଏହାର ସୁଯୋଗ ନେଇ ବାପୁନି ନିକଟତର ହୋଇଥିଲେ। ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କ ଅଭିଯୋଗଗୁ ଭିତ୍ତିକରି ସଦର ଥାନା ପୁଲିସ ୩୨୬/୨୦ରେ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତି ସମୟରେ ବାପୁନି ଜାମିନ୍ରେ ମୁକୁଳିଥିଲେ। ଏହା ପରେ ବାପୁନି ତାଙ୍କୁ ପୁଣି ଥରେ ବଳାତ୍କାର କରିଥିବା ନେଇ ମହିଳା ଜଣକ ଗତ ନଭେମ୍ବର ୧୪ ତାରିଖରେ ଆଉ ଏକ ଅଭିଯୋଗ ଗୋଷାଇଁନୂଆଗାଁ ଥାନାରେ କରିଥିଲେ। ପୁଲିସ ୨୦୪/୨୨ରେ ଏକ ମାମଲା ରୁଜୁ କରିବା ସହ ବାପୁନିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ପଦକ୍ଷେପ ଗ୍ରହଣ କରିଛି। ସେ କେମିତି ଏସ୍ଡିଜେଏମ୍ଙ୍କ ଅଦାଲତକୁ ଆସିଲେ, କାହିଁକି ଆତ୍ମାହୂତି ଉଦ୍ୟମ କଲେ, ତାଙ୍କର ଅନ୍ୟ କ’ଣ ଅଭିଯୋଗ ରହିଛି, ତାହାର ତଦନ୍ତ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଡା. ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ଏସ୍ଡିଜେଏମ୍ଙ୍କ ଅଦାଲତ ଭିତରେ ପଶି ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ତାଙ୍କୁ ଆଇନ୍ଜୀବୀ ଏବଂ କୋର୍ଟ କର୍ମଚାରୀମାନେ କାବୁ କରିଥିଲେ। ବାରମ୍ବାର ଏଭଳି ଘଟଣାକୁ ନେଇ ଏସ୍ପି କହିଛନ୍ତି ଯେ, କୋର୍ଟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଜଣ କନେଷ୍ଟବଳଙ୍କୁ ମୂତୟନ କରାଯାଇଛି। ଅନ୍ୟ କୋର୍ଟଗୁଡ଼ିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପୋଲିସ ମୂତୟନ କରାଯାଇଛି।
BREAKING NEWS
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍ରେ ନବଜାତ ଶିଶୁକନ୍ୟାକୁ ଫୋପାଡି ମା’ ଚମ୍ପଟ
- state of emergency: ଜଙ୍ଗଲରେ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ , ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
- ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
Comments are closed.