Latest Odisha News

BREAKING NEWS

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ: ଭାରତର ନେତୃତ୍ୱ ନେବେ ଶେଫାଳୀ

ମୁମ୍ବାଇ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଷ୍ଟାର ବ୍ୟାଟର ଶେଫାଳୀ ବର୍ମା ଦଳର ନେତୃତ୍ୱ ନେବେ । ଚଳିତ ମାସ ୨୭ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ତାଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଡିସେମ୍ବର ୨୭, ୨୯, ୩୧ ଓ ଜାନୁୟାରୀ ୨ ଓ ୪ରେ ଏହି ମ୍ୟାଚଗୁଡିକ ଖେଳାଯିବ । ଏହି ସିରିଜ ପରେ ବିଶ୍ୱକପ ଖେଳାଯିବ । ଏଥର ୧୬ଟି ଟିମ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରୁଛନ୍ତି ।

ଭାରତୀୟ ବିଶ୍ୱକପ ଦଳ: ଶେଫାଳୀ ବର୍ମା (ଅଧିନାୟିକା), ଶ୍ୱେତା ଶେରାୱତ, ଋଚା ଘୋଷ, ଜି.କ୍ରିଷ୍ଣା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁର୍ଲେ ଗାଲା, ହ୍ରିଶିତା ବାସୁ, ସୋନମ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶଭୀ ଯୋଶୀ, ଟି.ସାଧୁ, ଫଲକ ନାଜ, ଶବନମ ମହମ୍ମଦ ।

Leave A Reply

Your email address will not be published.