Latest Odisha News

ଶିଶୁ କବିତା : ସାଧବ ବୋହୂ

ପ୍ରଣତି ଆଚାର୍ଯ୍ୟ ମିଶ୍ର 

ସାଧବ ବୋହୂ ଲୋ ସାଧବ ବୋହୂ
ନାଲି ପାଟପିନ୍ଧି କୁଆଡେ ଯାଉ।।

ଆ ମୋପାଖକୁ ଦେବି ଆଉଁସି
ବରଷା ହେଉଛି ଯାଆନା ରୁସି।।

ଭୁଲି ଗଲୁ କି ତୋ ଘର ଠିକଣା
ଖୋଜି ଖୋଜି ହେଲୁ ତୁ ବାଟବଣା।।

ମଖମଲି ନାଲି ଦେହଟି ତୋର
ବରଷକେ ଥରେ ଆସୁ ମୋ ଘର।।

ଆ ତୋତେ ଆଜି ଘରକୁ ନେବି
ଭୋକ ଲାଗିଲେ ମୁଁ ଖୁଆଇ ଦେବି।।

ସାଥୀ ହୋଇ ଆମେ ରହିବା ମିଶି
ସାଙ୍ଗ ମାନେ ଦେଖି ହୋଇବେ ଖୁସି।।

ନୟାଗଡ଼

Comments are closed.