Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ

ନରୋତ୍ତମ ମିଶ୍ର କହିଲେ, ମହାତ୍ମାଗାନ୍ଧୀଙ୍କ କଂଗ୍ରେସ ଇଟାଲିର ମୁସୋଲିନିଙ୍କ କଂଗ୍ରେସ ହୋଇସାରିଛି

ଭୋପାଳ: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟ । କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହରୁ ଗିରଫ ହୋଇଛନ୍ତି ପାଟେରିଆ ।

ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ମୋଦୀ ନିର୍ବାଚନ ବନ୍ଦ କରିଦେବେ, ମୋଦୀ ଧର୍ମ, ଜାତି, ଭାଷାର ଆଧାର ଉପରେ ବାଣ୍ଟିଦେବେ, ଦଳିତ-ଆଦିବାସୀ-ସଂଖ୍ୟାଲଘୁଙ୍କ ଜୀବନ ବିପଦରେ ରହିଛି । ସମ୍ୱିଧାନକୁ ବଞ୍ଚାଇବା ପାଇଁ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ । ଗିରଫ ପରେ ସେ କହିଛନ୍ତି, ହତ୍ୟା ଅର୍ଥ ଥିଲା ହରାଇବା । ତାଙ୍କ କଥାକୁ ଭିନ୍ନ ଅର୍ଥ ଦିଆଯାଇଛି ।

ଏବେ ସେ ନିଜ ବୟାନରୁ ୟୁ-ଟର୍ଣ୍ଣ ମାରିଛନ୍ତି । ତାଙ୍କ ଭାଷଣର ଅର୍ଥ ଥିଲା ଆଗାମୀ ନିର୍ବାଚନରେ ମୋଦୀଙ୍କୁ ହରାଅ । ହେଲେ କହୁ କହୁ ଫ୍ଲୋରେ କଣ କହିଦେଇଥିଲେ, ସେ ଜାଣିଶୁଣି କିଛି କହିନାହାଁନ୍ତି ।

କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିଆଙ୍କ ବୟାନକୁ ନେଇ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଏଫଆଇଆର୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟପ୍ରଦେଶ ପୋଲିସ ଏଫଆଇଆର୍ ରୁଜୁ କରି ତାଙ୍କୁ ଗିରଫ କରିଛି । ନରୋତ୍ତମ କହିଛନ୍ତି, କଂଗ୍ରେସ ମହାତ୍ମାଗାନ୍ଧୀଙ୍କ କଂଗ୍ରେସ ହୋଇ ରହିନାହିଁ, ଏହା ମୁସୋଲିନି ମାନସିକତାଧାରୀ ଇଟାଲିର କଂଗ୍ରେସ ହୋଇସାରିଛି ।

Comments are closed.