Latest Odisha News

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  ।

-ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।

– କ୍ୟାଲସିୟମ୍ ଥିବାରୁ ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ।
-ସିଝା ବାଦାମ ଖାଇଲେ ଓଜନ ଶୀଘ୍ର କମିଯାଏ। ସକାଳ ଜଳଖିଆ କରିସାରି ୧୦-୧୨ଟି ବାଦାମ ଖାଇଦେଲେ ଭୋକ ମଧ୍ୟ ବାରମ୍ବାର ଲାଗେନି।
ଶୀତଦିନେ ଅଧିକାଂଶଙ୍କର ଆଣ୍ଠୁଗଣ୍ଠି ସମସ୍ୟା ହୁଏ। ଚଲାବୁଲାରେ ଭାରି କଷ୍ଟ ଲାଗେ। ସେମାନେ ସିଝା ବାଦାମ ଖାଇଲେ ଉପକାର ମିଳେ।

ସିଝା ବାଦାମ ଖାଇଲେ ହୃତ୍‌ପିଣ୍ଡ ସୁସ୍ଥ ରହୁଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବାଦାମ ଖାଇଲେ ପ୍ରସ୍ତୁତ ହେଉଥିବା ନାଇଟ୍ରିକ୍ ଅକ୍ସାଇଡ୍ ଶରୀରକୁ ହୃଦ୍‌ଘାତରୁ ରକ୍ଷା କରେ।
– ବାଦାମରେ -ଭିଟାମିନ୍ ଏ ପୋଷକତତ୍ତ୍ବରେ ପୂରି ରହିଥିବା ବାଦାମକୁ ସିଝାଇ ଖାଇଲେ ତାହା ଆଖି ଉପରେ ମଧ୍ୟ ଭଲ ପ୍ରଭାବ ପକାଏ। ଆଖିର ଜ୍ୟୋତି ବଢ଼େ।

Comments are closed.