Latest Odisha News

BREAKING NEWS

ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠା ଏବେ ବାସ୍ତବ ଲାଗୁଛି: ରଘୁନାଥ ମହାପାତ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ଶନିବାର ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ହେବା ପରେ କହିଛନ୍ତି, ଏବେ ମୋର ଦ୍ୱିତୀୟ କୋଣାର୍କ ନିର୍ମାଣ କରିବାର ସ୍ୱପ୍ନ କ୍ରମେ ବାସ୍ତବତାର ରୂପ ନେବ ବୋଲି ମୁଁ ଭାବୁଛି ।

“ମୁଁ ଦୃଢ ଆଶାବାଦୀ ଯେ, କେନ୍ଦ୍ର ତଥା ରାଜ୍ୟ ସରକାର ମୋ ସ୍ୱପ୍ନକୁ ସାକାର କରିବାକୁ ସମର୍ଥନ କରିବେ”, ବୋଲି ଲିଙ୍ଗରାଜ ମନ୍ଦିରରୁ ଦର୍ଶନ ପରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଓଡ଼ିଶାର ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ।

ବରିଷ୍ଠ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ରଘୁନାଥ ମହାପାତ୍ରଙ୍କ ସହିତ ମନ୍ଦିର ଦର୍ଶନ ଲାଗି ଯାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ଥପତି ରଘୁନାଥ ମହାପାତ୍ର ଓ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ରାଜ୍ୟସଭାକୁ ମନୋନୀତ ହେବା ସ୍ୱାଧିନ ଭାରତରେ ଓଡ଼ିଶା ଲାଗି ପ୍ରଥମ ଘଟଣା” ।

“ଏହି ଦୁଇ ବିଶିଷ୍ଟ ଶିଳ୍ପୀଙ୍କୁ ରାଷ୍ଟ୍ରପତି ରାଜ୍ୟବାସୀଙ୍କୁ ମନୋନୀତ କରିଥିବାରୁ ଓଡ଼ିଶାବାସୀ ରାଷ୍ଟ୍ରପତିଙ୍କୁ ଅଜସ୍ର ସାଧୁବାଦ ଜଣାଇଛନ୍ତି, ରାଷ୍ଟ୍ରପତି କୋବିନ୍ଦଙ୍କର ଏହି ମହାନତା ଜଣାଇଦିଏ ଯେ, ଓଡ଼ିଶା ରାଜ୍ୟ ପ୍ରତି ତାଙ୍କର ନିଛକ ଭଲପାଇବା,”ବୋଲି ସେ କହିଛନ୍ତି ।

Leave A Reply

Your email address will not be published.