Latest Odisha News

BREAKING NEWS

ଖାଲରୁ ଉଦ୍ଧାର ହେଲେ ଗଜରାଜ: ବନବିଭାଗର ଅକ୍ଳାନ୍ତ ପରିଶ୍ରମରୁ ବଞ୍ଚିଲା ଦନ୍ତାହାତୀ

ସମ୍ବଲପୁର : ଖାଦ୍ୟ ଅନେଷଣରେ ଥିବା ଗଜରାଜ ଭୁଲବଶତଃ ଏକ ବିରାଟ ଖାଲରେ ପଡ଼ିଗଲେ, ତେବେ ବନବିଭାଗର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନୂଆ ଜୀବନ ପାଇଲେ ଗଜରାଜ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ସାନ ହିନ୍ଦୋଳରେ ଖାଲରେ ପଡ଼ିଥିବା ଏକ ଦନ୍ତାହାତୀକୁ ବନବିଭାଗ ଉଦ୍ଧାର କରିଛନ୍ତି ।

ରବିବାର ଭୋର ପ୍ରାୟ ୪ଟା ସମୟରେ ଏହି ଦନ୍ତାହାତୀଟି ଖାଦ୍ୟ ଅନ୍ୱେଷଣରେ ବାହାରି ଚଲାବୁଲା କରୁଥିଲା । ଅନ୍ଧାରରର ସୁଯୋଗରେ ହାତୀଟି ଏକ ଖାଲ ରହିଥିବାର ଜାଣିନପାରି ସେହି ଖାଲ ମଧ୍ୟରେ ପଡ଼ିଯାଇଥିଲା । ଖାଲ ମଧ୍ୟରୁ ବହୁ ଚେଷ୍ଟା କରି ମଧ୍ୟ ଉଠିପାରିନଥିଲା ହାତୀଟି । ତେବେ ହାତୀଟି ପ୍ରାଣବିକଳରେ ଖୁବ ଜୋରରେ ଚିକ୍ରାର କରିବାରୁ ଏହା ଶୁଣିପାରି ସ୍ଥାନୀୟ ଲୋକେ ବନବିଭାଗକୁ ଖବର କରିଥିଲେ ।

ବନ ବିଭାଗ ଜଙ୍ଗଲ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଉଦ୍ଧାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ବନବିଭାଗ ଦ୍ୱାରା ଖାଲ ନିକଟକୁ ଏକ ଜେସିବି ଅଣାଯାଇଥିଲା । ଜେସିବି ଦ୍ୱାରା ହାତୀ ଲାଗି ଖୋଳାଯାଇ ଏକ ରାସ୍ତା ତିଆରି କରାଗଲା । ଫଳରେ ହାତୀଟି ଖାଲ ମଧ୍ୟରୁ ଧିରେ ଧିରେ ଉପରକୁ ଉଠି ଆସିଥିଲା ।

ବନବିଭାଗର ଅକ୍ଳାନ୍ତ ପରିଶ୍ରମ ତଥା ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ସହଯୋଗରେ ଦନ୍ତାହାତୀଟିର ପ୍ରାଣ ବଞ୍ଚିଯାଇଥିବାରୁ ଏହି ଅଞ୍ଚଳରେ ବନବିଭାଗକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.