Latest Odisha News

ଅବୈଧ ରୂପରେ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ୯୦୦ ପାକିସ୍ତାନୀ, ପୋଲିସ ପାଖରେ ନାହିଁ ଠିକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୯୦୦ ପାକିସ୍ତାନୀ ଅବୈଧ ରୂପରେ ରହୁଛନ୍ତି । ତେବେ ସବୁଠାରୁ ଚିନ୍ତାର କଥା ପୋଲିସ ପାଖରେ ଏମାନଙ୍କ ଠିକଣା ନାହିଁ । ସେହିପରି କେତେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ରହୁଛନ୍ତି ତାହା ମଧ୍ୟ ପୋଲିସକୁ ଜଣା ନାହିଁ । ୫୪୭୭ ବିଦେଶୀ ମଧ୍ୟ ଅବୈଧ ରୂପରେ ଏଠାରେ ରହୁଛନ୍ତି । ଜି୨୦ ସମ୍ମିଳନୀର ସୁରକ୍ଷାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସ ଖୁବ ଶୀଘ୍ର ଏହାର ସର୍ଭେ ଆରମ୍ଭ କରିବ । ଦିଲ୍ଲୀ ପୋଲିସ ମୂଖ୍ୟ ସଞ୍ଜୟ ଆରୋରା ଗତ ସପ୍ତାହରେ ଲ ଆଣ୍ଡ ଅର୍ଡର ବୈଠକରେ ସର୍ଭେ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ସମସ୍ତ ଜିଲ୍ଲାର ଡିସିପି ଏହି ସର୍ଭେ କରିବେ । ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ କାର୍ଯ୍ୟାଳୟ ନିକଟରୁ ଡାଟା ଅଣାଯାଇ ଏହାର ତଦନ୍ତ କରାଯିବ । ଅବୈଧ ଭାବେ ରହୁଥିବା ବିଦେଶୀଙ୍କ ଠିକଣା ନ ମିଳିଲେ ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ହେବ । ସେମାନଙ୍କୁ ତୁରନ୍ତ ଠାବ କରି ଦେଶ ବାହାରକୁ ପଠାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.