Latest Odisha News

ଏକାଧିକ ମାମଲାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗକୁ କାବୁ କଲା କୋଟପାଡ଼ ପୋଲିସ

କୋଟପାଡ଼ : ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି ଟୁନା ନାଁରେ । ଟୁନା କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ  ଟୁନାକୁ କାବୁ କରିଛି ପୋଲିସ । ଟୁନାକୁ କୋଟପାଡ଼ ଥାନାକୁ ଅଣାଯାଇ ଅଧିକ ଜେରା କରୁଛି କୋଟପାଡ଼ ପୋଲିସ ।

ଟୁନା ସହିତ ୪ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ମୁଧୁସିକ୍ତା ମିଶ୍ର । ନଭେମ୍ୱର ୨୬ ତାରିଖରେ କୋଟପାଡ଼ ସୌରା ସାହିରେ ଜଣକ ଘରୁ ଚୋରି କରି ଫେରାର ଥିଲା ଟୁନା । ଚୋରିରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ ପାଞ୍ଚୋଟି ମୋବାଇଲ, ସୁନା ଓ ରୁପା ଅଳଙ୍କାର ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଦୁଇଟି ବାଇକ ଓ ନଗତ ତିନି ହଜ଼ାର ଟଙ୍କା ଜବତ କରାଯାଇଛି ।

ଗିରଫ ପାଞ୍ଚ ଜଣଯାକ ପେଷାଦାର ଅପରାଧୀ ବୋଲି କହିଛନ୍ତି ସିଡିପିଓ । ଟୁନା ନାଁରେ କୋରାପୁଟ, କଳାହାଣ୍ଡି, ଛତିଶଗଡ଼ରେ ଅନେକ ଚୋରି ଡକାୟତି ଭଳି ୫୦ରୁ ବେଶୀ ଅପରାଧିକ  ମାମଲା ରହିଛି । ଟୁନା ଗ୍ୟାଙ୍ଗର ଜଣକ ନାଁରେ ଗଞ୍ଜେଇ ଚାଲାଣ ମାମଲା ରହିଛି  ବୋଲି ବୋରିଗୁମ୍ମା SDPO ମୁଧୁସିକ୍ତ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.