Latest Odisha News

BREAKING NEWS

ମଧୁମେହକୁ ଭଲ କରିବ ମେଥି

ସାଧାରଣତଃ ଆମେମାନେ ମେଥିକୁ ରୋଷେଇ ଘରେ ବ୍ୟବହାର କରୁ । କିନ୍ତୁ ଏହା ବ୍ୟତୀତ ମେଥିରେ ଭରି ରହିଛି ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ମଧ୍ୟ ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ମଧ୍ୟ ଆମକୁ ଗୁଡ଼ିଏ ରୋଗ କବଳରୁ ବଞ୍ଚାଇଥାଏ । ଏପରିକି ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଏହା ମହୋଷଧି ପରି କାମ କରେ ।
ତେବେ ଆସନ୍ତୁ ଜାଣିବା ମେଥି ଆମ ଶରୀରର କେଉଁ ସବୁ ଉପକାର କରେ…

– ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ।

– ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିବା ସହିତ ଫାଇବର୍‌ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ । ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ ।

– ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ।

 

Leave A Reply

Your email address will not be published.