Latest Odisha News

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। କିଛି ବର୍ଷ ପୂର୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ, ଚନ୍ଦା କୋଚର ଆଇସିଆଇସିଆଇର ମୁଖ୍ୟ ଥିବାବେଳେ ଏହି ଋଣ ଜାଲିଆତି ହୋଇଥିଲା।

ଉଭୟ ପତି ଓ ପତ୍ନୀଙ୍କୁ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ସିବିଆଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟଙ୍କୁ ବର୍ତ୍ତମାନ ହେପାଜତ ପାଇଁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ଭିଡିଓକନ୍‌ କମ୍ପାନୀକୁ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ । ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ଆସିଥିଲା । କାରଣ ଭିଡିଓକନ୍‌ କମ୍ପାନୀରେ କାମ କରୁଥିଲେ ତାଙ୍କ ସ୍ବାମୀ । ଏହି ଅଭିଯୋଗରେ ଚନ୍ଦାଙ୍କୁ ପୂର୍ବରୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ବ୍ୟାଙ୍କରୁ ତାଙ୍କୁ ବହିଷ୍କାର କରାଯାଇଥିଲା ।

ଆଇସିଆଇସିଆଇ ବ୍ୟାଙ୍କରୁ ପୂର୍ବତନ ସିଇଓ ଚନ୍ଦା କୋଚର ଆଚରଣ ସଂହିତା ଲଲ୍ଲଂଘନ ଅଭିଯୋଗରେ ୨୦୧୯ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିଲା। ଚନ୍ଦା କୋଚରଙ୍କ ମାମଲାର ତଦନ୍ତ କରୁଥିବା ସାଇକ୍ରିଷ୍ଣା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ଓ ଇଡି କରୁଛି । ଜାନୁଆରୀ ୨୦୨୦ରେ ଇଡି ଚାନ୍ଦା କୋଚର ଏବଂ ତାଙ୍କ ପରିବାରକୁ ୭୮ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଥିଲା। ସେହି ବର୍ଷ ଇଡି ଦୀପକ କୋଚରଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା।

Comments are closed.