Latest Odisha News

BREAKING NEWS

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଗୁରୁତର

ଭଦ୍ରକ: ଗୋଷ୍ଠୀ ସଂଘର୍ଷ ଯୋଗୁଁ ପ୍ରାୟ ୬ ଜଣ ଗୁରୁତର ହୋଇଛନ୍ତି। ଜମି ବିବାଦରୁ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ରହିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ହବିବ ନଗରରେ। ସନ୍ଧ୍ୟାରେ ଜମି ବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ପ୍ରବଳ ଯୁକ୍ତିତର୍କ ହେବା ପରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା।

ଖୁବଶୀଘ୍ର ଆହତମାନଙ୍କୁ ଚିକିତ୍ସା ପାଇଁ ଧାମନଗର ହସ୍ପିଟାଲକୁ ନିଆଯାଇଥିବା ବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ଭଦ୍ରକ ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ପରିବାର ଏ ନେଇ ପରସ୍ପର ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।

ଏଫଆଇଆର ଅନୁଯାୟୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚରା ଆରମ୍ଭ କରିଛି।

 

Comments are closed.