ବ୍ୟୁରୋ: ଏଣିକି ଇପିଏଫ ବାବଦ ପୁରା ତଥ୍ୟ ଜାଣିବା ହେଲା ସହଜ । କେବଳ ଗୋଟେ ହ୍ୱାଟ୍ସଆପ୍ ମେସେଜ୍ରେ ଚାକିରିଆ ଜାଣିବେ ଇପିଏଫଓ ସମ୍ବନ୍ଧୀୟ ସମ୍ପୂଣ୍ଣ ର୍ ସୂଚନା । ବାରମ୍ବାର ଏମ୍ପ୍ଲଇଜ୍ ପ୍ରୋଭିଡେଂଟ ଫଣ୍ଡ ଅଫିସ କି ୱେବସାଇଟର ଚକର ଲଗାଇବାକୁ ପଡିବନି । ଗୋଟେ ହ୍ୱାଟ୍ସଆପ୍ ମେସେଜ୍ ଆପଣଙ୍କୁ ଦେବ ସବୁ ତଥ୍ୟ । ଏନେଇ ହ୍ୱାଟ୍ସଆପ୍ ଆଧାରିତ ନୂଆ ସେବାର ଶୁଭାରମ୍ଭ କରଋଯାଇଛି । ପିଏଫ୍ ବାଲାନ୍ସ ଜାଣିବା ସହ ଶେଷ ୫ଟି ଟ୍ରାଂଜାକ୍ସନ ଦେଖିବା ହେବ ସହଜ । କେବଳ ସେତିକି ନୁହେଁ ଇପିଏଫ୍ ପାସବୁକ୍ ମଧ୍ୟ ଡାଉନଲୋଡ କରିହେବ । ଇପିଏଫଓର ଡିଜିଟାଲ ଦୁନିଆରେ ଯୁଗାନ୍ତକାରୀ ପଦକ୍ଷେପ କରିଛି ଇପିଏଫଓ ।
ପ୍ରଥମେ ଇପିଏଫଓର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ୮୭୯୬୪୪୧୮୦୦ ନିଜ ମୋବାଇଲରେ ସେଭ୍ କରି ହ୍ୱାଟ୍ସଆପ୍ ଖୋଲି ନମ୍ବରରେ ‘ହାଏ’ ମେସେଜ୍ ପଠାଇବାକୁ ପଡିବ । ତାପରେ ଚାଟ୍ରେ ଆସିବ ନିର୍ଦ୍ଦେଶ, ତାକୁ ଅନୁସରଣ କରି ଉପଲବଧ ବିକଳ୍ପ ମଧ୍ୟରୁ ବାଲାନ୍ସ ଦେଖିବା କି ଟ୍ରାଂଜାକ୍ସନ ଦେଖିବା କିମ୍ବା ପାସବୁକ୍ ଡାଉନଲୋଡ କରିବା ପରି ବିକଳ୍ପ ଚୟନ କରିବେ । ଇପିଏଫଓ ପକ୍ଷରୁ ଜାରି ହୋଇଥିବା କ୍ୟୁଆର କୋର୍ଡ ସ୍କାନ କରି ଏହି ସେବା ବ୍ୟବହାର କରିହେବ ।
ବର୍ତ୍ତମାନ ପାଇଁ ହ୍ୱାଟ୍ସଆପ୍ରେ ସମସ୍ତ ଇପିଏଫଓ ସେବା ଉପଲବ୍ଧ ହୋଇନାହିଁ । ପିଏଫ୍ କ୍ଲେମ୍ ସେଟେଲମେଂଟ ହେଉ କି ଟଙ୍କା ଉଠାଣ କିମ୍ବା ପ୍ରୋଫାଇଲ ସଂଶୋଧନ ଭଳି ସେବା ପାଇଁ ଏବେବି ଇପିଏଫଓର ଅଫିସିଆଲ କିମ୍ବା ଡିଜିଟାଲ ସେବା ବ୍ୟବହାର କରିବାକୁ ହେବ । ସୁରକ୍ଷା ଦୃଷ୍ଟିରୁ କେବଳ ହ୍ୱାଟ୍ସଆପ୍ ନମ୍ବର ବ୍ୟବହାର କରିବା ଉଚ୍ଚିତ୍ । କୌଣସି ଅଜଣା ବ୍ୟକ୍ତିଙ୍କୁ ଖାତା ସମ୍ବନ୍ଧୀୟ ପାସୱାର୍ଡ ଓଟିପି ସମ୍ପର୍କିତ ସୂଚନା ନଦେବାକୁ ପରାମର୍ଶ । ଏହି ସେବା ଲକ୍ଷ ଲକ୍ଷ ଲୋକଙ୍କ କାମ ସହଜ ଓ ଦ୍ରୁତ କରିବ ବୋଲି ଆଶା କରାଯାଉଛି । ରବିବାର ଇପିଏଫଓର ସ୍ଥାପନା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
