ବ୍ରହ୍ମପୁର: ଗୋଟିଏ କ୍ରେଡିଟ କାର୍ଡ ବନ୍ଦ ହୋଇଯାଇଥିଲା। ଆଉ ଗୋଟିଏ କାର୍ଡ ପାଇଁ ଆଦୌ ଆବେଦନ କରିନାହାନ୍ତି। ଅଥଚ ଦୁଇଟି କାର୍ଡ ଜରିଆରେ ୧ଲକ୍ଷ ୨୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ନେଇଯାଇଛନ୍ତି ସାଇବର ଠକ୍। ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଉପକଣ୍ଠ ଗୁରୁଣ୍ଠି ଗ୍ରାମର କୈଳାସଚନ୍ଦ୍ର ପାଳ ଅଢେଇ ମାସ ପୂର୍ବେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ସିମ୍ପଲ୍ କ୍ଲିକ ଭିସା ପ୍ଲାଟିନମ୍ ନାମକ ଏକ କ୍ରେଡିଟ କାର୍ଡ ରହିଥିଲା। ହେଲେ ସେ କାର୍ଡ ବ୍ୟବହାର କରୁନଥିଲେ ମଧ୍ୟ ଅଯଥାରେ ବାର୍ଷିକ ଫି’ ଦେବାକୁ ପଡ଼ୁଥିଲା। ସେଥିପାଇଁ କାର୍ଡ ସେବା ବନ୍ଦ କରିବାକୁ ବ୍ୟାଙ୍କରେ କହିଥିଲେ। କ୍ରେଡିଟ କାର୍ଡ ବିଭାଗ କର୍ମଚାରୀମାନେ କୈଳାସଙ୍କ ଆବେଦନକୁ ଗ୍ରହଣ କରିଥିଲେ। ଏନେଇ ମୁଖ୍ୟାଳୟରୁ ଏକ ଫୋନ କଲ୍ ଆସିବ। କାର୍ଡ ବନ୍ଦ ପାଇଁ କହିଦେବେ ବୋଲି କର୍ମଚାରୀମାନେ ପରାମର୍ଶ ଦେଇଥିଲେ। କିଛି ଦିନ ପରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ କ୍ରେଡିଟ କାର୍ଡ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। କାର୍ଡର ବିବାରଣୀ ସହ ବ୍ୟକ୍ତିଗତ ତଥ୍ୟ ଏବଂ ମୋବାଇଲକୁ ଆସିଥିବା ଓଟିପି ମାଗିଥିଲେ। ଯେହେତୁ ବ୍ୟାଙ୍କରେ କାର୍ୟ୍ୟରତ କ୍ରେଡିଟ କାର୍ଡ କର୍ମଚାରୀମାନେ କଲ୍ ଆସିବ ବୋଲି କହିଥିଲେ, ତେଣୁ କୈଳାସ ସନ୍ଦେହ ନକରି ସମସ୍ତ ତଥ୍ୟ ଦେଇଥିଲେ। ଏହାପରେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଆପଣଙ୍କ କ୍ରେଡିଟ କାର୍ଡ ବନ୍ଦ ହୋଇଗଲା ବୋଲି କୈଳାସଙ୍କୁ କହିଥିଲେ। ଏହାର ଗୋଟିଏ ଦିନ ପରେ କୈଳାସ ନିଜ ମୋବାଇଲରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ରେଡିଟ କାର୍ଡ ଆପ୍ଲିକେସନ ଖୋଲି ଦେଖିବା ବେଳେକୁ ତାଙ୍କ ନାଁରେ ଥିବା ୨ଟି କ୍ରେଡିଟ କାର୍ଡରୁ ମୋଟ ୧ ଲକ୍ଷ ୧୯ ହଜାର ୨୮୯ ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ତାଙ୍କ ନିକଟରେ ପୂର୍ବରୁ ସିମ୍ପଲ୍ କ୍ଲିକ ଭିସା ପ୍ଲାଟିନମ୍ କ୍ରେଡିଟ କାର୍ଡ ରହିଥିବା ବେଳେ ଆଉ ଗୋଟିଏ କ୍ରେଡିଟ କାର୍ଡ କୁଆଡୁ ଆସିଲା ତାହା ସେ ଜାଣି ପାରିନଥିଲେ। ଏପରିକି ସେ ଦ୍ବିତୀୟ କ୍ରେଡିଟ କାର୍ଡଟି କେବେ ଆବେଦନ ମଧ୍ୟ କରିନାହାନ୍ତି। ଅଥଚ ସେହି କାର୍ଡ ଆକ୍ଟିଭ ହୋଇ ସେଥିରୁ ଟଙ୍କା କଟିଥିଲା। ଏହାର ୭ ଦିନ ପରେ କୌଳାସଙ୍କ ନିକଟକୁ କୋରିୟରରେ ସେହି କାର୍ଡଟି ପହଞ୍ଚିଥିଲା। ନୂତନ କାର୍ଡ ତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ସେଥିରୁ ଟଙ୍କା ଠକେଇ ହୋଇସାରିଥିବାରୁ ଏହା ପଛରେ କ୍ରେଡିଟ କାର୍ଡ ବିଭାଗର କର୍ମଚାରୀଙ୍କ ହାତ ରହିଥିବା ସେ ସନ୍ଦେହ କରିଛନ୍ତି।
BREAKING NEWS
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା
- Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ
- Brown Sugar Seized:୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
- ‘ବନ୍ଦେ ମାତରମ୍’ର ଦୁଇଟି ଅନ୍ତରା ଗାଇବା ନେଇ CWC ନିଷ୍ପତ୍ତି ପରେ ବର୍ଷିଲେ ଅମିତ୍ ଶାହ, କହିଲେ- ବିଭାଜନ ତ୍ରୁଟି ଦୋହରାଉଛି କଂଗ୍ରେସ

Comments are closed.