Latest Odisha News

BREAKING NEWS

କାଶ ସିରପ ପିଇ ମୃତ୍ୟୁ: ଉଜବେକିସ୍ତାନକୁ ତଦନ୍ତର ସବିଶେଷ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ: ଏକ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ କାଶ ଔଷଧ ପିଇବା ପରେ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବଡ଼ ବିବୃତ୍ତି ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତର ଫାର୍ମା ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣକାରୀ ଅଟେ ଏବଂ ସରକାର ଏଭଳି ବିଷୟକୁ ଗମ୍ଭୀରତାର ସହ ନେଇଛନ୍ତି।

ନୋଏଡା ସ୍ଥିତ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ‘ଡୋକ ୧ ମ୍ୟାକ୍ସ’ ସିରପ୍ ପ୍ରସ୍ତୁତ କରେ, ଯେଉଁ କାଶ ସିରପ ଖାଇବା କାରଣରୁ ପିଲାମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ସଂପୃକ୍ତ ଦେଶକୁ ତଦନ୍ତ ପାଇଁ ଏବଂ ଅନ୍ୟାନ୍ୟ ସାହାଯ୍ୟ କରିବାକୁ ସହାୟତା ପ୍ରଦାନ କରୁଛୁ।

ବାଗଚି କହିଛନ୍ତି ଯେ ବୈଦେଶିକ ମନ୍ତ୍ରଣାଳୟ ୧୮ ଜଣ ଶିଶୁଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମର ରିପୋର୍ଟ ଦେଖିଛି। ଉଜବେକିସ୍ତାନର ଅଧିକାରୀମାନଙ୍କୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଗତ ୨ ମାସ ମଧ୍ୟରେ ଏହି ମୃତ୍ୟୁ ଘଟିଥିବା ଜଣାପଡିଛି। ବାଗଚି କହିଛନ୍ତି ଯେ ଉଜବେକିସ୍ତାନ ପ୍ରଶାସନ କାଶ ସିରପ ପିଇବାର ଲିଙ୍କ ସମେତ ଏହାର ଯାଞ୍ଚ କରୁଛି। ଉଜବେକିସ୍ତାନ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ଏ ନେଇ ଆମ ସହ କଥା ହୋଇ ନାହାନ୍ତି। ଏହା ସତ୍ତ୍ୱେ ଭାରତୀୟ ଦୂତାବାସ ଉଜବେକିସ୍ତାନ ପକ୍ଷଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ଏହାର ତଦନ୍ତ ରିପୋର୍ଟକୁ ଭାରତୀୟ ପକ୍ଷଙ୍କ ସହ ବାଣ୍ଟିବାକୁ ଉଜବେକିସ୍ତାନ ତଦନ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ଏହାପରେ ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇପାରେ।

ଅନ୍ୟପଟେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ଦ୍ୱାରା ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ କମ୍ପାନୀର ଆଇନ ବ୍ୟାପାର ପ୍ରତିନିଧି ଗୁରୁବାର କହିଛନ୍ତି ଯେ ‘ଡକ ୧ ମ୍ୟାକ୍ସ’ ଔଷଧର ଉତ୍ପାଦନ ବନ୍ଦ ହୋଇ ଯାଇଛି।

 

Comments are closed.