Latest Odisha News

BREAKING NEWS

ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚିଲେ ୩୦ ହାତୀ

ଆଠଗଡ: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ୩୦ଟି ହାତୀଙ୍କ ଜୀବନ । ଏହି ଘଟଣା ଘଟିଛି କଟକ ସ୍ଥିତ ଆଠଗଡ ଅଞ୍ଚଳରେ ।

ମିଳିଥିବା ସୂଚନାନୁଯାୟୀ ରବିବାର ଅପରାହ୍ନରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳ ଷ୍ଟେସନ ନିକଟରେ ପାଖାପାଖି ୩୦ଟି ହାତୀପଲ ରେଳ ଲାଇନ୍ ପାର କରୁଥିବା ବେଳେ ଉକ୍ତ ଟ୍ରାକରେ ଏକ ମାଲବାହୀ ଟ୍ରେନ୍ ଆସୁଥିଲା । ହଠାତ୍ ହାତୀପଲଙ୍କ ଉପରେ ଲୋକୋପାଇଲଟଙ୍କ ନଜର ପଡିଥିଲା । ଏହା ଦେଖିପାରି ଟ୍ରାକ୍ ଚାଳକ ଜଣକ ସଙ୍ଗେ ସଙ୍ଗେ ଟ୍ରେନ୍ ଅଟକାଇ ଦେଇଥିଲେ ।

ପରେ ହାତୀପଲ ରେଳ ଲାଇନ ପାର କରି ଯିବାପରେ ଉକ୍ତ ଟ୍ରେନଟି ଗନ୍ତବ୍ୟ ସ୍ଥଳୀ ଅଭିମୁଖେ ଯାତ୍ରା କରିଥିଲା ବୋଲି ସୂଚନା ମିଳିଛି ।

ଏନେଇ ଲୋକୋପାଇଲଟ୍ ଜଣକ ନିଜ ଫୋନ୍ ଜରିଆରେ ହାତୀପଲ ରେଳ ଲାଇନ ପାରକରୁଥିବାର ଭିଡିଓ ରେକର୍ଡିଂ କରିଥିଲେ ।

Leave A Reply

Your email address will not be published.