Latest Odisha News

ତୁନିଷାଙ୍କ ମା’ ଦେଲେ ବଡ଼ ବୟାନ; ଧର୍ମ ପରିବର୍ତ୍ତନ ପାଇଁ ତୁନିଷାଙ୍କୁ ବାଧ୍ୟ କରୁଥିଲେ ସିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁକୁ ନେଇ ବିବାଦ ଦିନକୁ ଦିନ ଘନଉଛି । ଏହି ମାମଲାରେ ଗିରଫ ହୋଇଥିବା ତାଙ୍କ ସହଯୋଗୀ ଅଭିନେତା ସିଜାନ ଖାନଙ୍କୁ ପୋଲିସ ଜେରା କରୁଥିବାବେଳେ ତୁନିଷାଙ୍କ ମା’ ଦେଇଛନ୍ତି ବଡ ବୟାନ । ତୁନିଷାଙ୍କ ମା’ କହିଛନ୍ତି, ତାଙ୍କ ଝିଅ ତୁନିଷା ପୂର୍ବରୁ କହିଥିଲା, ସିଜାନ ସୁଟିହ ସେଟରେ ଡ୍ରଗ୍ସ ନେଉଥିଲା । ଏଥିପାଇଁ ତୁନିଷାର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ଏପରିକି ସିଜାନ ତୁନିଷାଙ୍କୁ ଇସଲାମ ନିୟମ ପାଳନ କରିବା ପାଇଁ ବାଧ୍ୟ କରୁଥିଲେ । ସେ ସେଦିନ ସକାଳେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲା । କିନ୍ତୁ ତା’ ପରେ କ’ଣ ହୋଇଥିଲା ଆଉ ଆମେ ଜାଣିନୁ ବୋଲି କହିଛନ୍ତି ତୁନିଷାଙ୍କ ମା’ ବନିତା ଶର୍ମା ।

ମା’ ବନିତା କହିଛନ୍ତି, ଥରେ ତୁନିଷା ସିଜାନର ଫୋନ ଚେକ କରିବା ପରେ ଜାଣିବାକୁ ପାଇଥିଲା ଯେ, ସିଜାନ ତାଙ୍କୁ ଧୋକା ଦେଉଛନ୍ତି । ଏ ବିଷୟରେ ପଚାରିବାରୁ ସିଜାନ ତୁନିଷାଙ୍କୁ ଏକ ଚପୁଫା ପକେଇଥିଲା । ମା’ ବନିତା ଶର୍ମା ଭାବବିହ୍ୱଳ ହୋଇ କହିଛନ୍ତି, ମୋ ଝିଅର କୌଣସି ରୋଗ ନାହିଁ । ମୁଁ ସିଜାନଙ୍କୁ ଛାଡିବିନି । ମୋ ଝିଅ ଚାଲିଗଲା..ମୁଁ ଏକୁଟିଆ ହୋଇଗଲି କହି କାନ୍ଦି ପକାଇଛନ୍ତି ତୁନିଷାଙ୍କ ମା’ ।

ସିଜାନ ତୁନିଷାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ । ହୁଏତ ତୁନିଷାଙ୍କୁ ସିଜାନ ହତ୍ୟା କରିଥାଇ ପାରେ  । କାରଣ ମୃତ ଦେହ ତଳକୁ ଓହ୍ଲାଯିବା ସମୟରେ ସିଜାନ ସେଠାରେ ଉପସ୍ଥିତ ଥିଲା ବୋଲି ବନିତା ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, ତାଙ୍କ ଝିଅ ଆତ୍ମହତ୍ୟାର ଦିନକ ପୂର୍ବରୁ ସେଟକୁ ଯାଇଥିଲା । ସିଜାନ ସହ ତାଙ୍କ ସମ୍ପର୍କକୁ ନେଇ ଆଲୋଚନା କରିଥିଲଳା । ସିଜାନ ଓ ତାଙ୍କ ପରିବାର ମୋ ଝିଅ ପାଖରୁ ତାଙ୍କର ଫାଇଦା ଉଠାଉଥିଲେ ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ଅନ୍ୟପକ୍ଷେ ଏହି ମାମଲାରେ ଗିରଫ ହୋଇଥିବା ସିଜାନ ତଦନ୍ତରେ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି । ତଦନ୍ତକାରୀ ପୋଲିସ ଟିମର କହିବା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ତୁନିଷା ଓ ସିଜାନ କଥାବାର୍ତ୍ତା କରିଥିଲେ ।ହେଲେ ଏ ନେଇ ସିଜାନଙ୍କୁ ବାରମ୍ବାର ପଚରା ଯିବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନ ଥିଲେ ।

 

Comments are closed.