ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଉପରେ ଆଧାରିତ । ଭ୍ୟାକ୍ସିନ ନ କରାଇ ଦେବା ପାଇଁ କିପରି ରାଜନେତା, ମେଡିକାଲ ମାଫିଆ ଏବଂ ବିଦେଶୀ ଗ୍ରୁପ ଆମ ବୈଜ୍ଞାନିକଙ୍କ ପଛରେ ପଡିଥିଲେ ତାହା ମଧ୍ୟ ଦର୍ଶାଯିବ । ଫିଲ୍ମର କଳାକାରଙ୍କ ନାମ ମେକର୍ସଙ୍କ ପକ୍ଷରୁ ଗୁପ୍ତ ରଖାଯାଇଛି । ତେବେ କେତେକ ରିପୋର୍ଟ ଅନୁସାରେ ନାନା ପାଟେକର ଏହାର ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ସେ ଶେଷ ଥର ରଜନୀକାନ୍ତଙ୍କ ସହ କାଲା ଫିଲରେ ଅଭିନୟ କରିଥିଲେ ।
ନାନାଙ୍କ ବ୍ୟତୀତ ପଲ୍ଲବୀ ଯୋଶୀ, ଗୋପାଲ ସିଂ ଓ ଦିବ୍ୟା ସେଠଙ୍କ ପରି କଳାକାର ଅଭିନୟ କରୁଥିବା ଜଣାପଡିଛି । ତେବେ ମେକର୍ସଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଫିଲ୍ମ ପ୍ରସ୍ତୁତ କରିବା ପାଇଁ ବିବେକଙ୍କ ଟିମ ପ୍ରାୟ ୧ ବର୍ଷ ଧରି ଏ ନେଇ ଗବେଷଣା କରିଥିଲେ । ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେଲା ପରେ ଏହାକୁ ଫିଲ୍ମର ରୂପ ଦିଆଯାଇଛି ।
Comments are closed.