Latest Odisha News

‘ବିଜେପି-ଆରଏସଏସ ମୋ ପାଇଁ ଗୁରୁ, ଆଗାମୀ ନିର୍ବାଚନରେ ବିଜେପି ଜିତିବା କଷ୍ଟକର’

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପୁଣିଥରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସ ତାଙ୍କ ପାଇଁ ଗୁରୁ ସଦୃଶ । ବିଜେପି ଓ ଆରଏସଏସକୁ ଗୁରୁ ବୋଲି ସେ ମାନନ୍ତି। ଭରତ ଯୋଡ ଯାତ୍ରାର ପ୍ରଥମ ପର୍ଯ୍ୟାୟ ବାବଦରେ ରାହୁଲ କହିଛନ୍ତି ଯେ ଭାରତ ଯୋଡ ଯାତ୍ରା ସଫଳ ହୋଇଛି। ଘୃଣା ଏବଂ ହିଂସା ବିରୋଧରେ ଏହି ପଦଯାତ୍ରା କରାଯାଇଥିଲା। ଶୀତରେ ଅଧା ଟି-ସାର୍ଟରେ ରହିବା ବିଷୟରେ ରାହୁଲ କହିଛନ୍ତି, “ମୁଁ ଥଣ୍ଡାକୁ ଭୟ କରେ ନାହିଁ, ମୁଁ ଥଣ୍ଡା ଅନୁଭବ କରୁନାହିଁ।

ଭାରତ ଯୋଡ ଯାତ୍ରାର ସଫଳତା ବିଷୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଯାତ୍ରା ମାଧ୍ୟମରେ ଭାରତକୁ ଏକ ନୂଆ ଚିନ୍ତାଧାରା ଦେବାକୁ ଚେଷ୍ଟା କରିଛନ୍ତି। ଭାରତକୁ ଏକ ନୂଆ ଜୀବନଶୈଳୀ ଦେବା ପାଇଁ ଏକ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ବିଜେପିର ଟଙ୍କା ଅଭାବ ନାହିଁ। ବିଜେପି ଲୋକମାନେ ତାଙ୍କ ବିରୋଧରେ ଅପପ୍ରଚାର ଜାରି ରଖିଛନ୍ତି।

ଅଖିଳେଶ ଏବଂ ମାୟାବତୀ ବିଷୟରେ ରାହୁଲ କହିଛନ୍ତି, ଅଖିଳେଶ ଓ ମାୟାବତୀ ଦେଶକୁ ଘୃଣା କରନ୍ତି ନାହିଁ, ତେଣୁ ଆମର ଏବଂ ତାଙ୍କର ସମ୍ପର୍କ ଅଛି।

ରାହୁଲ ଗାନ୍ଧୀ କହିଛନ୍ତି, ଯେଉଁ ତଥ୍ୟ ସେ ଲୋକଙ୍କ ସହ ଆଲୋଚନା କରି ପାଇଛନ୍ତି ତାହା ଦର୍ଶାଉଛି ଯେ ଆସନ୍ତା ନିର୍ବାଚନରେ ​​ବିଜେପି ଜିତିବା କଷ୍ଟକର ହେବ। ଏକ ସରକାର ବିରୋଧୀ ବାତାବରଣ ରହିଛି।

 

Comments are closed.