ବ୍ରହ୍ମପୁର: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍ ଏବଂ ନୂଆ ବର୍ଷ। ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ।
ମିଳିଥିବା ସୂଚନା ଅନୁଯାୟୀ, ମୟୂରପଦା ଗ୍ରାମର ସିଏଚ୍. ଲକ୍ଷ୍ମଣ ରେଡ଼ିଙ୍କ ସହିତ ବେଣୀଗୌରୀ ଗ୍ରାମର ଜାନକୀଙ୍କ ପ୍ରାୟ ୧୭ ବର୍ଷ ପୂର୍ବେ ବିବାହ ହୋଇଥିଲା। ଲକ୍ଷ୍ମଣ ବୃତ୍ତିରେ ଜଣେ ଡ୍ରାଇଭର୍। ସେ ପ୍ରାୟତଃ ରାଜ୍ୟ ବାହାରେ ହିଁ ରହୁଛନ୍ତି। ଘରକୁ ଯେବେ ଆସୁଥିଲେ ଜାନକୀଙ୍କୁ ମାର୍ପିଟ୍ କରୁଥିଲେ। ଗତ ପ୍ରାୟ ୮ ଦିନ ପୂର୍ବେ ଗାଁକୁ ଫେରିଥିଲେ। ଶନିବାର ରାତିରେ ପ୍ରଚୂର ମଦ୍ୟପାନ କରିଥିଲେ। ଘରକୁ ଫେରିବା ପରେ ଜାନକୀଙ୍କ ସହ ଝଗଡ଼ା ହୋଇଥିଲା। ବାପା-ମା’ଙ୍କ ଝଗଡ଼ା ଦେଖି ଝିଅ ଜୟନ୍ତୀ( ୧୪ ବର୍ଷ )ଓ ପୁଅ ନରସିଂହ (୯ ବର୍ଷ )ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଜାନକୀ ଏକା ଘରେ ଶୋଇଥିଲେ। ଏହାର ସୁଯୋଗରେ ଜାନକୀଙ୍କୁ ବେକକୁ ଚିପି ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ତେବେ ହତ୍ୟା ପରେ ଲକ୍ଷ୍ମଣ ସାଙ୍ଗମାନଙ୍କ ସହିତ ଜିରୋ ନାଇଟ ପାଳନ କରିଥିଲେ। ନିଶା ଛାଡ଼ିବା ପରେ ରବିବାର ସକାଳୁ ସକାଳୁ ଘରକୁ ଫେରିଥିଲେ। ସେ ଏବଂ ତାଙ୍କ ମା’ ଏକ ଅଟୋରେ ଜାନକୀଙ୍କୁ ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଜାନକୀଙ୍କ ମୃତ୍ୟୁ ହୋଇଯାଇଥିବା ଯୋଗୁ ଡାକ୍ତର ତୁରନ୍ତ ଏନେଇ ହୁମ୍ମା ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମୟୁରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମକୁ ଅବଗତ କରିଥିଲେ। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି। ମୃତ ଜାନକୀର ବେକରେ ଏକ ଚି଼ହ୍ନ ଥିବା ଏବଂ ଆଖି ପତା ନୀଳ ପଡି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି। ଲକ୍ଷ୍ମଣଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି।
BREAKING NEWS
- ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
- ଦାରା ସିଂହଙ୍କ ଆଗୁଆ ଖଲାସ ଆବେଦନ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
- ରାଜଧାନୀରେ ଓଲା-ଉବେର ଡ୍ରାଇଭରଙ୍କ ଆନ୍ଦୋଳନ ଉଗ୍ର: ୧୪ ‘ଆମ ବସ୍’ ଭଙ୍ଗାରୁଜା, ୫୦ ଗିରଫ
- SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ରାଜ୍ୟରେ ବନ୍ୟା ଓ ପ୍ରବଳ ବର୍ଷା: ଭୋଟର ତାଲିକା ସଂଶୋଧନ ଅବଧି ଆଉ ୩୦ ଦିନ ବଢ଼ାଇବାକୁ ବିଜେଡିର ଦାବି
- ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ
- ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ଆମେରିକାର ସ୍ୱୀକୃତି, ଚୀନ-ପାକିସ୍ତାନକୁ ଶକ୍ତ ଝଟକା
- ମାନବ ସୁଥାର: ଭାରତୀୟ କ୍ରିକେଟ୍ର ନୂଆ ସ୍ପିନ୍ ତାରକା
- ଏଣିକି ଏସବିଆଇରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ, ଜାଣନ୍ତୁ ନୂଆ ନିୟମ
- ଜାଡେଜାଙ୍କ ନୋ-ବଲ୍ରୁ ଆରମ୍ଭ କରି କ୍ରିକେଟ୍ ଇତିହାସର ରୋଚକ ରେକର୍ଡ !

Comments are closed.