ବ୍ରହ୍ମପୁର: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍ ଏବଂ ନୂଆ ବର୍ଷ। ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ।
ମିଳିଥିବା ସୂଚନା ଅନୁଯାୟୀ, ମୟୂରପଦା ଗ୍ରାମର ସିଏଚ୍. ଲକ୍ଷ୍ମଣ ରେଡ଼ିଙ୍କ ସହିତ ବେଣୀଗୌରୀ ଗ୍ରାମର ଜାନକୀଙ୍କ ପ୍ରାୟ ୧୭ ବର୍ଷ ପୂର୍ବେ ବିବାହ ହୋଇଥିଲା। ଲକ୍ଷ୍ମଣ ବୃତ୍ତିରେ ଜଣେ ଡ୍ରାଇଭର୍। ସେ ପ୍ରାୟତଃ ରାଜ୍ୟ ବାହାରେ ହିଁ ରହୁଛନ୍ତି। ଘରକୁ ଯେବେ ଆସୁଥିଲେ ଜାନକୀଙ୍କୁ ମାର୍ପିଟ୍ କରୁଥିଲେ। ଗତ ପ୍ରାୟ ୮ ଦିନ ପୂର୍ବେ ଗାଁକୁ ଫେରିଥିଲେ। ଶନିବାର ରାତିରେ ପ୍ରଚୂର ମଦ୍ୟପାନ କରିଥିଲେ। ଘରକୁ ଫେରିବା ପରେ ଜାନକୀଙ୍କ ସହ ଝଗଡ଼ା ହୋଇଥିଲା। ବାପା-ମା’ଙ୍କ ଝଗଡ଼ା ଦେଖି ଝିଅ ଜୟନ୍ତୀ( ୧୪ ବର୍ଷ )ଓ ପୁଅ ନରସିଂହ (୯ ବର୍ଷ )ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଜାନକୀ ଏକା ଘରେ ଶୋଇଥିଲେ। ଏହାର ସୁଯୋଗରେ ଜାନକୀଙ୍କୁ ବେକକୁ ଚିପି ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ତେବେ ହତ୍ୟା ପରେ ଲକ୍ଷ୍ମଣ ସାଙ୍ଗମାନଙ୍କ ସହିତ ଜିରୋ ନାଇଟ ପାଳନ କରିଥିଲେ। ନିଶା ଛାଡ଼ିବା ପରେ ରବିବାର ସକାଳୁ ସକାଳୁ ଘରକୁ ଫେରିଥିଲେ। ସେ ଏବଂ ତାଙ୍କ ମା’ ଏକ ଅଟୋରେ ଜାନକୀଙ୍କୁ ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଜାନକୀଙ୍କ ମୃତ୍ୟୁ ହୋଇଯାଇଥିବା ଯୋଗୁ ଡାକ୍ତର ତୁରନ୍ତ ଏନେଇ ହୁମ୍ମା ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମୟୁରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମକୁ ଅବଗତ କରିଥିଲେ। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି। ମୃତ ଜାନକୀର ବେକରେ ଏକ ଚି଼ହ୍ନ ଥିବା ଏବଂ ଆଖି ପତା ନୀଳ ପଡି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି। ଲକ୍ଷ୍ମଣଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି।
BREAKING NEWS
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
Comments are closed.