Latest Odisha News

BREAKING NEWS

ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ଶ୍ରୀଜୀଉଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷ । ଇଂରାଜୀ ନବବର୍ଷର ପ୍ରଥମ ଦିନରେ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଦିନ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଲକ୍ଷାଧିକ ଭକ୍ତଙ୍କ ଗହଳି ହୋଇଥିଲା । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ ଭିତରେ ଯାଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।

ନବବର୍ଷ ଭିଡ଼କୁ ଦେଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା । ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ମୋବାଇଲ୍ ଓ ଜୋତା ରଖିବା ଲାଗି ଅସ୍ଥାୟୀ କେନ୍ଦ୍ର ଖୋଲା ଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ବଡ଼ ଦେଉଳରେ ବଡ଼ ଠାକୁରଙ୍କ ଦର୍ଶନ କରିଛନ୍ତି ରାଜନେତା

ବର୍ଷ ଆରମ୍ଭ ସହ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ସେବାୟତ ଓ ପୋଲିସ ମନ୍ଦିର ଭିତରକୁ ମୋବାଇଲ୍ ନେବା ଉପରେ କଟକଣା ଲାଗୁ ହୋଇଛି । ମାର୍କେଟ ଛକଠାରୁ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.