Latest Odisha News

BREAKING NEWS

ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ବିଷକ୍ରିୟାରୁ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ

କେନ୍ଦୁଝର : ବିଷକ୍ରିୟାରୁ କେନ୍ଦୁଝର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ପୋଷ୍ଟମର୍ଟମ ପରେ ବିଷ କ୍ରିୟାରୁ ମୃତ୍ୟୁ ହୋଇଥିବା କହିଛି ବିଭାଗ । ଜବତ ବିଷ ବୋତଲକୁ ଫରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯିବ । ଯୋଡ଼ା ହେଲଥ୍ ଆଣ୍ଡ୍ ଓ୍ୱେଲନେସ୍ ସେଣ୍ଟରରେ ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ହୋଇଛି ।

ଭୁବନେଶ୍ୱରସ୍ଥିତ ଲ୍ୟାବକୁ ପରୀକ୍ଷା ପାଇଁ ବିଷ ବୋତଲ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ନେଇ ସୂଚନା ଦେଇଛନ୍ତି ଏସପି ବିରଞ୍ଚି ଦେହୁରୀ । କେଉଁଝର ସିଡିଏମଓ ଡକ୍ଟର କିଶୋର କୁମାର ପୃଷ୍ଟି ମଧ୍ୟ ବିଷକ୍ରିୟାଜନିତ ମୃତ୍ୟୁ କଥା ସ୍ପଷ୍ଟ କରିଛନ୍ତି । ଜବତ ହୋଇଥିବା ବୋତଲରେ କିଛି ଧଳା ରଙ୍ଗର ପାଉଡର ଥିଲା । ଏହାକୁ ପ୍ରଥମେ ବିଷ ବୋଲି ଅନୁମାନ କରିଥିଲା ପୋଲିସ । ଏବେ ତାହା ସ୍ପଷ୍ଟ ହୋଇଛି ।

ଯୋଡ଼ା ବଣେଇକଳା ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଥିଲେ ଶୁଭଶ୍ରୀ । ତାଙ୍କ ଘର କଟକ ଜିଲ୍ଲାରେ । ମୃତ୍ୟୁ ପୂର୍ବ ରାତିରେ ସହକର୍ମୀଙ୍କ ସହିତ ଡାକ୍ତରଖାନାରେ ପ୍ରଚୁର ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ୩୧ ତାରିଖରେ ବିଳମ୍ବିତ ରାତିରେ ସେ ରୁମକୁ ଫେରିଥିବା ସହକର୍ମୀ କହିଥିଲେ । ୧ ତାରିଖ ସକାଳୁ ସେ କବାଟ ଖୋଲିନଥିଲେ । ବହୁ ଡେରି ପର୍ଯ୍ୟନ୍ତ କବାଟ ନଖୋଲିବାରୁ ପୋଲିସକୁ ସହକର୍ମୀ ଖବର ଦେଇଥିଲେ ।

Leave A Reply

Your email address will not be published.