ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।
ତାଙ୍କ କହିବାନୁସାରେ, ପେଶାଦାର ଶିକାରୀ ଗୁଳି ଚଳାଇ ନାହାଁନ୍ତି । କୌଣସି ବ୍ୟକ୍ତି ବାଘ ଛୁଆକୁ କାବୁ କରିବାକୁ ଗୁଳି ଚଳାଇଥିବେ । କିନ୍ତୁ କୌଶଳକ୍ରମେ ଖସିପଳାଇ ଜଙ୍ଗଲରେ ଆତ୍ମଗୋପନ କରିଛି । ପରେ ବାଘର ମୃତ୍ୟୁ ହୋଇଛି । କଲରାପତରିଆ ବାଘର ପୋଷ୍ଟମର୍ଟମ ହୋଇଛି । ମୃତଦେହରୁ ଗୁଳି ବାହାର କରାଯାଇଛି । ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ ହୋଇଥିବା ଡିଏଫଓ କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଏକ ୬ ମାସର ବାଘ ଛୁଆର ଶବକୁ ନିକୁ ନଙ୍ଗଲ ଟାଉନସିପ୍ ଠାରେ ଉଦ୍ଧାର କରାଯାଇଥିଲା । ଏଥିରୁ ବୁଝାପଡୁଛିଯେ, ବାଘ ଛୁଆ ଜନବସତିମୁହାଁ ହେଉଛନ୍ତି । ସେମାନଙ୍କୁ ଦେଖି ଲୋକେ ଗୁଳି ଚଳାଉଛନ୍ତି । ତେବେ ବନବିଭାଗ ସହିତ ପୋଲିସ ପ୍ରଶାସନ ପାଇଁ ବି ଏହି ଦୁଇ ଘଟଣା ଚିନ୍ତାର କାରଣ ହୋଇଛି ।
BREAKING NEWS
- ଆଇସିସି ମହିଳା ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ
- ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ, କହିଲେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଇସ୍ତାହାର
- ଆସନ୍ତାକାଲି କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ଆଇପିଏଲ: ପଞ୍ଜାବକୁ ହରାଇଲା ଚେନ୍ନାଇ
- ୟୁନିସେଫରେ ଭାରତର ଜାତୀୟ ଆମ୍ବାସାଡର ହେଲେ କରିନା
- ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି କଂଗ୍ରେସ: ରାଜନାଥ ସିଂ
- ପିଆଜ ରପ୍ତାନୀ ଉପରୁ ହଟିଲା ବ୍ୟାନ
- ନୁହୁ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
- ସଂକଳ୍ପ ପତ୍ର ଉନ୍ମୋଚନ କଲେ ନଡ୍ଡା, ବିଜେପି ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର
- ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ବିରୋଧୀଙ୍କର କଥା ବେଶି, କାମ କମ୍