ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ, ମଦୁରା ମାଇକ୍ରୋ ଫାଇନାନନ୍ସ କମ୍ପାନୀ ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ଦେଇ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଥିଲେ। ଏହି କମ୍ପାନୀ ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ସହରରେ ଏକ ଶାଖା ରହିଛି। ଶାଖାରେ ଗଞ୍ଜାମ ଜିଲା ସୁରଙ୍ଗିର ଜଣେ ୩୫ ବର୍ଷୀୟ ମହିଳା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଦିଗପହଣ୍ଡିର ଜଣେ ୨୭ ବର୍ଷୀୟ ଯୁବକ କେନ୍ଦ୍ର ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ। ଉଭୟ କମ୍ପାନୀ ପକ୍ଷରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ। ହେଲେ ଆଦୟ ଟଙ୍କା କମ୍ପାନୀରେ ଜମା ନକରି ନିଜେ ଆତ୍ମସାତ କରି ଦେଇଥିଲେ। ମହିଳା ମ୍ୟାନେଜର ଜଣଙ୍କ କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ଜଣଙ୍କ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଥିଲେ। ତେବେ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଉଭୟ ମ୍ୟାନେଜରଙ୍କୁ ଟଙ୍କା ଜମା କରିବାକୁ କହିଥିଲ। ସେହିକ୍ରମରେ ମହିଳା ମ୍ୟାନେଜର ଜଣଙ୍କ ନିଜ କାର୍ୟ୍ୟାଳୟ ଭିତରେ ଉଭୟ ନିଜ ପାଖରେ ରଖିଥିବା ସମସ୍ତ ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କା ଦାଖଲ କରିବେ ବୋଲି ନିଜ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ। ହେଲେ ସମୟସୀମା ଭିତରେ ସେ ଟଙ୍କା ଦାଖଲ କରି ନଥିଲେ। କିଛି ଦିନ ପରେ ଉଭୟ ମ୍ୟାନେଜର କାର୍ୟ୍ୟାଳୟକୁ ଆସିନଥିଲେ। କମ୍ପାନୀ ଅଧିକାରୀମାନେ ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କମ୍ପାନୀର ଟଙ୍କା ଆତ୍ମସାତ କରିଥିବା ଏହି ଦୁଇ ମ୍ୟାନେଜରଙ୍କୁ ଗିରଫ କରି ଟଙ୍କା ଆଦାୟ କରିବାକୁ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ନଂ ୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
BREAKING NEWS
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ

Comments are closed.