Latest Odisha News

BREAKING NEWS

ଜାନୁଆରୀ ୧୪ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି, ଭୀଷଣ ଶୀତକୁ ନେଇ ସରକାରଙ୍କ ନିଷ୍ପତ୍ତି

ରାଞ୍ଚି: ଉତ୍ତରପୂର୍ବ ଭାରତରେ ଶୀତ ଲହରି ଜାରି ରହିଛି । ଥଣ୍ଡା ବଢ଼ୁଥିବା ବେଳେ ଝାଡ଼ଖଣ୍ଡ ସରକାର ବିଦ୍ୟାଳୟକୁ ସପ୍ତାହେ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ କେଜି ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରବଳ ଶୀତକୁ ନଜରରେ ରଖି ବନ୍ଦ ରହିବ ।

 KG to std 5, to remain closed till 14th January due to cold wave

୧୪ ତାରିଖ ଯାଏ ବିଦ୍ୟାଳୟ ବନ୍ଦ ରହିବ । ୧୫ ତାରିକ ରବିବାର ପଡ଼ୁଥିବାରୁ ୧୬ ତାରିଖରୁ ଆରମ୍ଭ ହେବ ପାଠପଢ଼ା । ଏନେଇ ଝାଡ଼ଖଣ୍ଡ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିର୍ଦ୍ଦେଶ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ।

ଏହା ପୂର୍ବରୁ ଶୀତ ଲହରୀକୁ ଦେଖି ସରକାର ଜାନୁଆରୀ ୩ରୁ ପଞ୍ଚମ ଶ୍ରେଣୀ ଯାଏ ବିଦ୍ୟାଳୟ ପାଠପଢ଼ା ବନ୍ଦ ରଖିଥିଲେ । ପୁଣି ଶୀତ ଲହରୀକୁ ଦେଖି ଅବଧିକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.