Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା-
୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚହଲ ୭୪ ମ୍ୟାଚରେ ୯୦ ୱିକେଟ ନେଇଥିବା ବେଳେ ଭୁବି ୮୭ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିଲେ ।
୨. ଭାରତ ବିପକ୍ଷରେ ଟି୨୦ ମ୍ୟାଚରେ ସର୍ବାଧିକ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି ଶ୍ରୀଲଙ୍କାର ଦସୂନ ଶନାକା । ସେ ୨୨ ମ୍ୟାଚରେ ୨୯ ଛକା ମାରିଛନ୍ତି ।
୩. ଭାରତ ୯୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୭ରେ ୯୩ ରନରେ ଭାରତ ପରାଜିତ କରିଥିଲା ।
୪. ଘରୋଇ ପରିବେଶରେ ଭାରତର ଏହା କ୍ରମାଗତ ୧୨ଟି ଟି୨୦ ସିରିଜ ବିଜୟ । ୨୦୧୯ରେ ଅଷ୍ଟ୍ରେଲିଆ ଶେଷଥର ପାଇଁ ହରାଇଥିଲା ।
୫. ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହା କ୍ରମାଗତ ତୃତୀୟ ସିରିଜ ବିଜୟ ।


୬. ଭାରତ ୧୯ଥର ଟି୨୦ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଗୋଟିଏ ଟିମ ବିପକ୍ଷରେ ଭାରତର ଏହା ସର୍ବାଧିକ ବିଜୟ । ୱେଷ୍ଟଇଣ୍ଡିଜ(୧୭) ଦ୍ୱିତୀୟ ସ୍ଥାନରେ ରହିଛି ।
୭. ୬ ନମ୍ବର ସ୍ଥାନରେ ବ୍ୟାଟିଂ କରି ଭାରତର ଅକ୍ଷର ପଟେଲ ୩ଟି ମ୍ୟାଚରେ ୧୧୭ରନ କରିଛନ୍ତି । ତାଙ୍କ ପୂର୍ବରୁ ଶ୍ରେୟାଶ ଆୟାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଓ ଦୀନେଶ କାର୍ତିକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୨ ରନ କରିଥିଲେ ।

୮. ସୂର୍ଯ୍ୟକୁମାର ଯାଦବ ଟି୨୦ କ୍ୟାରିୟରରେ ୩ୟ ଶତକ ହାସଲ କରିଛନ୍ତି । ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୩ଟି ଶତକ ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଖେଳାଳି । ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିବାରେ ସେ ଭାରତର ଦ୍ୱିତୀୟ ଖେଳାଳି ହୋଇଛନ୍ତି । ସୂର୍ଯ୍ୟ ୯ଟି ଛକା ମାରିଛନ୍ତି । ଏହି ତାଲିକାରେ ରୋହିତ ଶର୍ମା ୧୦ ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତିି ।
୯. ସୂର୍ଯ୍ୟ ତାଙ୍କ କ୍ୟାରିୟରେ ୧୫୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୮୪୩ ବଲରେ ଏହି ରନ କରିଛନ୍ତି ।
୧୦. ସେ ମାତ୍ର ୪୫ ମ୍ୟାଚରେ ୧୦ମ ଥର ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.