Latest Odisha News

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ

କୋଲକାତା: ଗୋଟିଏ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗାଯାଇଛି। ରବିବାର ଟ୍ରେନର C 14 କମ୍ପାର୍ଟମେଣ୍ଟରେ ପଥର ଫିଙ୍ଗିଥିବା କୁହାଯାଉଛି। ଯେଉଁଥିପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ବୋଲପୁର ରେଳ ଷ୍ଟେସନରେ 10 ମିନିଟ୍ ପାଇଁ ଅଟକାଇବାକୁ ପଡିଥିଲା।ଏହି ଘଟଣା ଯୋଗୁଁ ବନ୍ଦେ ଭାରତ ଏକ୍ସପ୍ରେସର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ପଥର ଫିଙ୍ଗିବାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଅଧିକାରୀ କହିଛନ୍ତି ଯେ ତଦନ୍ତ ଚାଲିଛି। ଉକ୍ତ ଷ୍ଟେସନ ପାର ହୋଇ ମାଲଦା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଏହି ଘଟଣା ଘଟିଥିଲା।

ଏହାପୂର୍ବରୁ ପଶ୍ଚିମବଙ୍ଗର ହାୱାଡାରୁ ନୂଆ ଜଲପାଇଗୁଡି ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗା ଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ରେନ ବିହାର ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଘଟଣାର ତଦନ୍ତ ପାଇଁ ଏନଆଇଏର ହସ୍ତକ୍ଷେପ କରିବାକୁ ବିଜେପି ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 30ରେ ହାୱାଡା ରେଳ ଷ୍ଟେସନରୁ ଭିଡିଓ କନଫରେନସିଂ ଜରିଆରେ ଏହି ସେମି ହାଇ ସ୍ପୀଡ ଟ୍ରେନକୁ ପତାକା ଗ୍ରୀନ ସିଗନାଲ ଦେଖାଇଥିଲେ।

ଜାନୁଆରୀ ୨ରେ, ହାୱାଡାରୁ ନୂଆ ଜଲପାଇଗୁଡି ମଧ୍ୟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପଥର ଫିଙ୍ଗାଯାଇଥିଲା। ଏହି ମାମଲାରେ, ଜାନୁଆରୀ ୨ରେ ପୋଲିସ କିଶାନଗଞ୍ଜରୁ ତିନିଜଣ ନାବାଳକଙ୍କୁ ଗିରଫ କରିଥିଲା। କିଷାନଗଞ୍ଜ ପୋଲିସ କହିଛି ଯେ ସକାଳ ପ୍ରାୟ 10.30 ସମୟରେ ରେଳ ଅଧିକାରୀଙ୍କଠାରୁ ସୂଚନା ମିଳିଥିଲା ​​ଯେ ପଥର ଖଣ୍ଡଗୁଡ଼ିକ ବନ୍ଦେ ଭାରତ ଏକ୍ସପ୍ରେସର କୋଚରେ ମାଡ ହେବାରୁ କ୍ଷତି ପହଞ୍ଚାଇଛି।

Comments are closed.