ଡେରାଡୁନ:ଭଗବତ ପ୍ରେମୀ ଏମାନଙ୍କୁ ଭକ୍ତ କହିବେ ଆଉ ନାସ୍ତିକ କହିବେ ଲୋକ ଦେଖାଣିଆ । ଯିଏ ଯାହା କହୁ ପଛେ, ସାଧୁ ବାବା ଦୁହିଁଙ୍କ କାମ ସମସ୍ତଙ୍କୁ ବିସ୍ମିତ କରିଦେବ ।
କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ କେଦାରନାଥ ଧାମ ଦେଖିବାକୁ ମିଳିଛି । କେଦାରନାଥରେ ଏବେ ପ୍ରବଳ ତୁଷାରପାତ ହେଉଛି । ତାପମାତ୍ରା ଶୂନରୁ କମ ରହିଛି । ଏମିତି ଥଣ୍ଡାରେ ଦୁଇଜଣ ସାଧୁ ବରଫ ଉପରେ ଧ୍ୟାନରେ ବସିଥିବାର ନଜର ଆସିଛନ୍ତି। ଦେହରେ ସ୍ୱଳ୍ପ ପୋଷାକ ।
ଜଣେ ମଣିଷ ଏମିତି ଖାଲି ଦେହରେ ବସିବା ସମ୍ଭବ କି ? ବୋଧହୁଭଏ ନୁହେଁ । ତଥାପି ଏ ସାଧୁ ଦୁଇଜଣ ସେମିତି ବସିଛନ୍ତି । ଭିଡିଓରେ ଏମାନଙ୍କର ଇଚ୍ଛା ଶକ୍ତି ଓ ମନୋବଳ ଦେଖି ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି ।
ସୋସିଆଲ ମିଡିଆ ଟୁଇଟରରେ ଏହି ଭିଡିଓଟି ଭାଇରାଲ ହୋଇଛି । @Pradhum38735934 ନାମକ ଏକ ଆକାଉଣ୍ଟରୁ ଏହା ସେୟାର କରାଯାଇଛି । ଭିଡଓଟିକୁ ସେୟାର କରାଯାଇ କ୍ୟାପ୍ସନ ମଧ୍ୟ ଲେଖାଯାଇଛି । ଏଥିରେ ଲେଖାଯାଇଛି, ଶୂନ୍ୟରୁ କମ ତାପମାତ୍ରାରେ ରାତି ୩ଟାରେ କେଦାରନାଥ ଧାମରେ ବରଫପାତ ହେଉଛି । ସେହି ବରଫପାତ ମଧ୍ୟରେ ଶିବ ଆରାଧନାରେ ଲିପ୍ତ ସାଧୁଙ୍କର ଦୁର୍ଲଭ ଦର୍ଶନ । ଏହାର ନାମ ହେଉଛି ଭକ୍ତି । ଯେଉଁଠି ଭକ୍ତି ସେଠାରେ ଶକ୍ତି । ଯେଉଁଠାରେ ଶକ୍ତି ସେଠାରେ ଭୋଲାବାବା ଶିବଙ୍କ ଭଣ୍ଡାର ।
ଭିଡିଓରେ ଦେଖିବାକୁ ମିଳୁଛି, ସାଧୁଙ୍କ ଚାରିପାଖେ ଖାଲି ବରଫ ଜମା ହୋଇ ରହିଛି । ପ୍ରବଳ ବରଫପାତ ଭିତରେ କେଦାରନାଥଙ୍କୁ ଧ୍ୟାନ କରୁଛନ୍ତି । ଧ୍ୟାନ ସମୟରେ ତାଙ୍କ ଶରୀରରେ ନାମକୁ ମାତ୍ର କପଡ଼ା ରହିଛି । ଭିଡିଓଟିକୁ ଦେଖି ୟୁଜର୍ସ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୧୪.୩K ଭିଉ ମିଳିଲାଣି ।
शून्य से कम तापमान पर, रात्रि 3:00 बजे केदारनाथ धाम में हो रही बर्फबारी के बीच परमपिता शिव की आराधना में लीन साधु जन जी के दुर्लभ दर्शन। इसी का नाम है भक्ति। जहाँ भक्ति, वहाँ शक्ति और जहाँ शक्ति, वहाँ शिव भोले भंडारी।
हर हर महादेव#ColdWave #delhiwinters #delhifog #Kedarnath pic.twitter.com/Yaab8vQTly
— Pradhuman Sharma (@Pradhum38735934) January 8, 2023
Comments are closed.