Latest Odisha News

ମଟର କଚୋଡ଼ି

ମୌସୁମୀ ଦେଙ୍କ ରନ୍ଧାବଢ଼ାରୁ 

ଭାରତୀୟ ସ୍ନାକ୍ସ ଭାବରେ ପ୍ରସିଦ୍ଧ ମଟର କଚୋଡ଼ି ସାଧାରଣତଃ ଶୀତ ଦିନରେ ବହୁଳ ଭାବରେ ପ୍ରସ୍ତୁତ ହୁଏ।

ମଟର କଚୋଡ଼ି ପ୍ରସ୍ତୁତ କରିବା ପାଇଁ କଞ୍ଚା ମଟର, ମଇଦା, ଘିଅ/ ରିଫାଇନ ତେଲ, ଗୋଟା ଜିରା, ହେଙ୍ଗୁ, ପାନମଧୁରୀ ଗୁଣ୍ଡ, ଚିନି, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା, ଗରମ ମସଲା, ବେସନ ଦୁଇ ଚାମଚ, ଧନିଆ ପତ୍ର, କଞ୍ଚା ଲଙ୍କା, ରସୁଣ, ଅଦା।

ପ୍ରସ୍ତୁତି ପ୍ରଣାଳୀ : ମଟରକୁ ଭଳ ଭାବରେ ଧୋଇ ଦିଅନ୍ତୁ। କଢ଼େଇରେ ଘିଅ ଗରମ କରି ସେଥିରେ ହେଙ୍ଗୁ ଓ ଗୋଟା ଜିରାର ଫୁଟଣ ଦିଅନ୍ତୁ। ସେଥିରେ ମଟର, ଧନିଆପତ୍ର, କଞ୍ଚା ଲଙ୍କା, ରସୁଣ ଓ ଅଦାକୁ ମିଶେଇ ପେଷ୍ଟ ତିଆରି କରନ୍ତୁ। ଏବେ ସେହି ପେଷ୍ଟରେ ସବୁ ଗୁଣ୍ଡ ମସଲା ସହ ବେସନ ଓ ସ୍ଵାଦ ଅନୁସାରେ ଲୁଣ ଦେଇ ଭଲ ଭାବରେ ଭାଜନ୍ତୁ। ମିଶ୍ରଣଟି ଟିକେ ଶୁଖିଲା ହୋଇ ଆସିଲେ ତାକୁ ପ୍ଲେଟରେ କାଢ଼ି ଥଣ୍ଡା କରି ରଖନ୍ତୁ।

ଆଉ ଗୋଟିଏ ପାତ୍ରରେ ମଇଦା, ତେଲ ଓ ଲୁଣ ମିଶେଇ ଚକଟି ରଖନ୍ତୁ। ମଇଦା ଚକଟାକୁ ଗୋଲ ଗୋଲ କରି ସେଥିରେ ମଟର ପେଷ୍ଟର ପୁର ଦେଇ ଛୋଟ ଛୋଟ ପୁରି ଆକାର ଦେଇ ବେଲନ୍ତୁ । କଡ଼େଇରେ ତେଲ ଗରମ କରି ଛାଣି ନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟର କଚୋଡ଼ି। ଧନିଆପତ୍ର ଚଟଣୀ ସହ ପରସନ୍ତୁ।

Leave A Reply

Your email address will not be published.