Latest Odisha News

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ବ୍ଲକ୍ ବିଡିଓ ଗିରଫ

ନୂଆପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ। ତାଙ୍କ ପାଖରେ ଆୟ ଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।  ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବିଡିଓଙ୍କ ବାସଭବନରେ ଚଢାଉ କରିଥିଲା।  ଏହି ଚଢ଼ାଉରେ ନାରାୟଣ ଓ ତାଙ୍କ ପରିବାର ଲୋକ ନାଁରେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛି।

ବଲାଙ୍ଗିର ସ ହର ବାଟିକା ହୋଟଲେ ପଛପଟେ  ୮୮ ଲକ୍ଷର ଏକ ଦୁଇ ମହଲା କୋଠା, କିଛି ଜମି, ୩.୯୯ ଲକ୍ଷ ନଗଦ ଟଙ୍କା, ୧୩.୩୯ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଡିପୋଜିଟ୍ ସାଙ୍ଗକୁ ୩୬ ଲକ୍ଷ ଟଙ୍କାର ୭୬୪ ଗ୍ରାମ ସୁନା ଓ ୭୨୦ ଗ୍ରାମ ରୁପା ଗହଣା ଜବତ କରାଯାଇଛି। କେବଳ ସେତିକି ନୁହେଁ ୧୪.୩୮ ଲକ୍ଷର ହ୍ୟୁଣ୍ଡାଇ କ୍ରେଟା ଗାଡ଼ି ଏବଂ ଦୁଇଟି ବାଇକ୍‌ ସହ ୭ ଲକ୍ଷରୁ ଅଧିକ ମୂଲ୍ୟର ଘରୋଇ ସାମଗ୍ରୀ ଜବତ କରିଛି ଭିଜିଲାନ୍ସ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର ବୁଧବାର ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ପରେ ତାଙ୍କକ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୟୀ ହାଜତକୁ ପଠାଇ ଦିଆଯାଇଛି। ନାରାୟଣ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ପ୍ରିଭେସନ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ ଅଧିନରେ ଆସୁଥିବା ଧାରା ୧୩(୨) r/w, ୧୩(୧)(ବି)/୧୨ ଲଗାଯାଇଛି

 

Comments are closed.