Latest Odisha News

BREAKING NEWS

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ ଥାନ୍ତେ । ୪୭ତମ ଓଭରରେ ଗିଲ ଓ ଶାର୍ଦ୍ଦୁଳଙ୍କ ମଧ୍ୟରେ ବୁଝାମଣା ଭୁଲ ହେବାରୁ ରନ ନେବା ବେଳେ ଉଭୟ ଗୋଟିଏ ପଟ କ୍ରିଜରେ ରହି ଯାଇଥିଲେ । କେହି କିଛି ଚିନ୍ତା କରିବା ପୂର୍ବରୁ ଶାର୍ଦ୍ଦୁଳ ତାଙ୍କ କ୍ରିଜ ଛାଡି ପ୍ୟାଭିଲିୟନ ଅଭିମୁଖେ ବାହାରି ଯାଇଥିଲେ ।

ତାଙ୍କର ଏହି ନିଷ୍ପତି କ୍ରିକେଟପ୍ରେମୀଙ୍କ ମନ ଜିତିଛି । ଏପରିକି ଭାଷ୍ୟକାରମାନେ ମଧ୍ୟ ଶାର୍ଦ୍ଦୁଳଙ୍କ ଏହି ନିଷ୍ପତିକୁ ପସନ୍ଦ କରିଥିଲେ । ସୂଚନାଯୋଗ୍ୟ, ଭାରତ ଏହି ମ୍ୟାଚକୁ ୧୨ ରନରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି ।

Leave A Reply

Your email address will not be published.