Latest Odisha News

BREAKING NEWS

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

୨୦ ତାରିଖରେ ଘନ କୁହୁଡ଼ି ନେଇ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ରହିଛି । ସେହିଭଳି ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଦିଆଯାଇଛି ।

୨୨ ତାରିଖରେ ଘନ କୁହୁଡ଼ି ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିକୁ ୟେଲୋ ଆର୍ଲଟ ରହିଛି । ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ରାଜ୍ୟରେ ଆଗାମୀ ୪ରୁ ୫ ଦିନ ଯାଏ ଶୀତର ବିଶେଷ ପ୍ରଭାବ ରହିବ ନାହିଁ ।

Leave A Reply

Your email address will not be published.