ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ମୋହନାର ସରସ୍ବତୀ ବାଗସିଂ (୧୬) ଓ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତର ଅରଖପଦା ଗ୍ରାମର ସୁମତି ରଇତ (୨୮)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ବସ୍ଟି ଗଞ୍ଜାମ ଜିଲାର ଜରଡ଼ା, ପାତ୍ରପୁର ଓ ତୁରୁବୁଡି ଦେଇ ଗଜପତି ଜିଲାର ସୀମାନ୍ତ ଅଞ୍ଚଳ କାନକଟା ଦେଇ ରାମଗିରି, ମଣ୍ଡଳସାହି ଓ ରାୟଗଡ଼କୁ ଯାତାୟାତ କରୁଛି। ଶୁକ୍ରବାର ଅପରାହ୍ନ ୩ଟା ବେଳେ କାନକଟା ନିକଟରେ ଥିବା ଧୋବାଲା ଘାଟି ଠାରେ କୌଣସି ଏକ କାରଣ ଯୋଗୁଁ ଦୁର୍ଘଟଣା ଘଟି ବସଟି ଓଲଟି ପଡ଼ିଥିଲା।
BREAKING NEWS
- Aamir’s Wedding Ring: ତୃତୀୟ ପତ୍ନୀଙ୍କୁ ଆମିରଙ୍କ ୫ କୋଟିର ବିରଳ ଓ୍ବେଡିଂ ରିଙ୍ଗ?
- Hirakud Water Row: ହୀରାକୁଦ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି? ବଢ଼ିଲା ଅସନ୍ତୋଷ…
- ୨୨ ଘଣ୍ଟା ପରେ ମାଲ୍ୟଗିରି ପାହାଡ଼ରୁ ୩ ଯୁବକ ଉଦ୍ଧାର
- ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ଆକ୍ସନ
- ନାଲକୋ-ଏନଏଲସି ଇଣ୍ଡିଆ ମଧ୍ୟରେ ଚୁକ୍ତିନାମା, ଅନୁଗୁଳରେ ହେବ ୧୦୮୦ ମେଗାୱାଟ ପାୱାର ପ୍ଲାଣ୍ଟ
- ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ଓଡ଼ିଶା, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଗିରଫ
- ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ, ପୂଜାପାଠ ପରେ ଖୋଲିଲା ୭ ନମ୍ବର ସ୍ଲୁଇସ୍ ଗେଟ୍
- ଅ-ତିଥିରେ ରଥାଯାତ୍ରା ଉପରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ସିଧା ସିଧା ବେଖାତିର
- ସରକାରୀ ଚାକିରି ପାଇଁ ମା’କୁ ମାରିଦେଲେ…
Comments are closed.