ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ମୋହନାର ସରସ୍ବତୀ ବାଗସିଂ (୧୬) ଓ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତର ଅରଖପଦା ଗ୍ରାମର ସୁମତି ରଇତ (୨୮)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ବସ୍ଟି ଗଞ୍ଜାମ ଜିଲାର ଜରଡ଼ା, ପାତ୍ରପୁର ଓ ତୁରୁବୁଡି ଦେଇ ଗଜପତି ଜିଲାର ସୀମାନ୍ତ ଅଞ୍ଚଳ କାନକଟା ଦେଇ ରାମଗିରି, ମଣ୍ଡଳସାହି ଓ ରାୟଗଡ଼କୁ ଯାତାୟାତ କରୁଛି। ଶୁକ୍ରବାର ଅପରାହ୍ନ ୩ଟା ବେଳେ କାନକଟା ନିକଟରେ ଥିବା ଧୋବାଲା ଘାଟି ଠାରେ କୌଣସି ଏକ କାରଣ ଯୋଗୁଁ ଦୁର୍ଘଟଣା ଘଟି ବସଟି ଓଲଟି ପଡ଼ିଥିଲା।
BREAKING NEWS
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥପତ୍ର
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର