Latest Odisha News

BREAKING NEWS

ଚୀନରେ ୮୦% ଲୋକ ବର୍ତ୍ତମାନ କରୋନା ସଂକ୍ରମିତ: ଦ୍ୱିତୀୟ ଲହର ଆଶଙ୍କା କମ୍‌ ବୋଲି କହିଲେ ବୈଜ୍ଞାନିକ

ବେଜିଂ: ଚୀନରେ ୮୦ ପ୍ରତିଶତ ଲୋକ ବର୍ତ୍ତମାନ କରୋନା ସଂକ୍ରମିତ। ତେଣୁ ଆସନ୍ତା ଦୁଇ-୩ ମାସ ମଧ୍ୟରେ କରୋନା ସଂକ୍ରମଣ ଭୟାବହତା କ୍ଷୀଣ ଦେଖାଯାଉଛି। ଶନିବାର ଚୀନର ଜଣେ ସରକାରୀ ବୈଜ୍ଞାନିକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଏହି ସୂଚନା ଦେଇଛନ୍ତି।

ତେବେ ଲୁନାର ନ୍ୟୁ ଇୟର ଚାଲିଥିବାରୁ ଛୁଟିଦିନଗୁଡ଼ିକରେ ବହୁ ସଂଖ୍ୟାରେ ଲୋକେ ଯାତାୟତ କରୁଛନ୍ତି। ତେଣୁ ସଂକ୍ରମଣ ବିପଦ ବଢ଼ିବାର ଆଶଙ୍କା ରହିଛି। ତେବେ ଦ୍ୱିତୀୟ ଲହର ଆସିବା ଆଶଙ୍କା କମ୍ ବୋଲି ଚୀନର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର)ର ମୁଖ୍ୟ ୱୁ ଜୁନୟୁ ସୂଚନା ଦେଇଛନ୍ତି। ଚୀନର ନିଜସ୍ୱ ସୋସିଆଲ୍ ମିଡିଆ ୱେଇବୋରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି।

ତେବେ ଛୁଟିଦିନ ପାଇଁ ବହୁସଂଖ୍ୟାରେ ଲୋକମାନେ ସେମାନଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ସହ ଛୁଟି କାଟିବା ପାଇଁ ଯାତାୟତ କରୁଥିବାରୁ କରୋନା ସଂକ୍ରମଣକୁ ଦେଖି ଏଥିରେ ରୋକ୍ ଲଗାଯାଇଛି। କାରଣ ଏପରି ହେବା ଦ୍ୱାରା ଗ୍ରାମାଞ୍ଚଳରେ କରୋନା ସଂକ୍ରଣ ବ୍ୟାପୀବାର ଭୟ ରହୁଛି। ତେଣୁ ଯାତାୟତ ଉପରେ କଟକଣା ଲଗାଯାଇଛି।

ତେବେ ଚୀନ କରୋନା ଭୟଙ୍କର ସ୍ଥିତି ଦେଇ ଗତି କରିସାରିଛି। ଜ୍ୱାର କ୍ଲିନିକ୍‌ରେ ରୋଗୀ ଫୁଲ୍, ଜରୁରୀକାଳୀନର ରୁମର ଅଭାବ ଆଦି ସମସ୍ୟାରେ ଚୀନ ଯୁଝି ସାରିଛି ବୋଲି ଗୁରୁବାର ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନର ଜଣେ ଅଧିକାରୀ କହିଛନ୍ତି।

ସରକାରୀ ସୂଚନା ଅନୁସାରେ ଜାନୁଆରୀ ୧୨ ତାରିଖ ସୁଧା ଚୀନରେ  ୬୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ କରୋନା ଯୋଗୁ ଯେଉଁମାନେଙ୍କର ଘରେ ମୃତ୍ୟୁ ହୋଇଛି ସେମାନଙ୍କର ତଥ୍ୟ  ଚୀନ ସରକାର ଦେଇ ନାହାନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଅନେକ ବେଶି ହୋଇପାରେ ବୋଲି କୁହାଯାଉଛି।

 

Comments are closed.