Latest Odisha News

BREAKING NEWS

ଓଜନ ହ୍ରାସ କରିବ ଭୃସଙ୍ଗ ପତ୍ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର । ଭୃସଙ୍ଗପତ୍ର ପୋଷକ ତତ୍ତ୍ୱରେ ଭରପୁର। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଉପକାର ହୋଇଥାଏ। ଭୃସଙ୍ଗପତ୍ରରେ ଆଇରନ, କ୍ୟାଲସିୟମ, ଫସଫରସ, ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ସାଧାରଣତଃ ଭୃସଙ୍ଗପତ୍ରର ବ୍ୟବହାର ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିବା ପାଇଁ କରାଯାଇଥାଏ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭୃସଙ୍ଗପତ୍ରର ଚମତ୍କାରୀ ଗୁଣ ବିଷୟରେ..

-ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ ଭୃସଙ୍ଗପତ୍ର ବେଶ ଲାଭକାରୀ । ଏଥିରେ ଥିବା ଫାଇବର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-ଭୃସଙ୍ଗପତ୍ର ସେବନରେ ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ। ଏଥିରେ ଥିବା ଆଇରନ ଏନିମିଆରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
-ଭୃସଙ୍ଗପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ।ଏହା ଖରାପ କୋଲେଷ୍ଟେରୋଲ୍‌‌କୁ ବୃଦ୍ଧି କରିବାକୁ ରୋକି ଥାଏ। ଫଳରେ ହୃଦୟ ଜନିତ ରୋଗରୁ ଶରୀରକୁ ରକ୍ଷା ମିଳିଥାଏ।

-ବିଶେଷଜ୍ଞଙ୍କ ମତରେ ଯେଉଁ ମାନଙ୍କର ମଧୁମେହ ଜନିତ ସମସ୍ୟା ରହିଛି, ସେମାନେ ଖାଲି ପେଟରେ ଭୃସଙ୍ଗପତ୍ର ନିତାନ୍ତ ସେବନ କରନ୍ତୁ । ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

-ଭୃସଙ୍ଗପତ୍ର ସେବନରେ ସୁନେଲି ରଙ୍ଗର ତ୍ୱଚା ମିଳିଥାଏ । ଏହି ପତ୍ରର ଫେସ୍‌‌ ପ୍ୟାକ୍‌‌ ବ୍ୟବହାର କରି ଶୁଷ୍କପଣ, ବ୍ରଣ, ଦାଗ ଆଦି ସମସ୍ୟା ଦୂର କରି ହୋଇଥାଏ।

-କେଶ ପାଇଁ ମଧ୍ୟ ଭୃସଙ୍ଗପତ୍ର ବେଶ ଉପକାରୀ। ଏହା ପ୍ରୋଟିନ୍‌‌ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହାର ବ୍ୟବହାର କେଶକୁ ମଜଭୂତ କରିଥାଏ। ଏହା କେଶ ମୂଳରେ ଥିବା ଅନେକ ସମସ୍ୟା ଦୂର କରିଥାଏ।

 

 

Leave A Reply

Your email address will not be published.