Latest Odisha News

BREAKING NEWS

ଆଉ ହେବନି ଶୋଏବଙ୍କ ବାୟୋପିକ, ଧମକ ଦେଲେ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବାୟୋପିକ ଏବେ ଥଣ୍ଡା ବକ୍ସକୁ ଚାଲିଯାଇଛି । ଶୋଏବ ଏହି ବାୟୋପିକରୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତ ଦୀର୍ଘ ଦିନ ଧରି ଆଲୋଚନା ହେବା ପରେ ଏବେ ମୁଁ ଏଥିରୁ ନିଜକୁ ଅଲଗା କରି ନେଉଛି । ଯଦି କୌଣସି ନିର୍ମାତା ଏହା ଉପରେ ଫିଲ୍ମ କରିବାକୁ ଚାହିଁବ ତାହାହେଲେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସୋଏବଙ୍କ ଭୂମିକା କରୁଥିବା ଉମୈର ଜାସୱାଲ ମଧ୍ୟ ଏହି ଫିଲ୍ମରୁ ଓହରି ଯାଇଛନ୍ତି ।

ନିର୍ମାତା ଏବଂ ଶୋଏବଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜିବାରୁ ସେ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମେ ଯେତେବେଳେ ଏ ନେଇ ଘୋଷଣା କରାଯାଇଥିଲା, ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.